ବାଲ୍ୟ ବିବାହ ରୋକିଲେ ଶିଶୁ ସୁରକ୍ଷା କର୍ମଚାରୀ

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସତର୍କତା ସଚେତନତା ସତ୍ତ୍ୱେବି ଥମିବାର ନାଁ ଧରୁନି ବାଲ୍ୟ ବିବାହ . ବିଶେଷ କରି ନୟାଗଡ ଜିଲ୍ଲାରେ ବାରମ୍ବାର ଘଟିବାର ଲାଗିଛି ଏପରି ଘଟଣା . ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ , ସାମାଜିକ କର୍ମୀ ବିଭିନ୍ନ ସ୍ଥାନରେ ବାଲ୍ୟବିବାହ ସମ୍ପର୍କରେ ସୂଚନା ପାଇ ନାବାଳକ ନାବାଳିକା ମାନଙ୍କୁ ଉଦ୍ଧାର କରୁଥିଲେବି କିଛି ଦିନ ବ୍ୟବଧାନରେ ସାମନାକୁ ଆସୁଛି ଏପରି ଅଘଟଣ . ସୂଚନା ଅନୁଯାୟୀ ଗଣିଆ ବ୍ଲକର ଜଣେ ୧୭ ବର୍ଷୀୟା ନାବାଳିକା ସହ କଟକ ଜିଲ୍ଲା ନରସିଂହପୁର ଅଂଚଳର ଅଜୟ ମହାରଣାଙ୍କ ସହ ବିବାହ ଅନୁଷ୍ଠିତ ହେବାକୁ ଯାଇଥିବା ବେଳେ ଖବର ପାଇ ଚାଇଲଡ ଲାଇନ ସଦସ୍ୟ, ପୁଲିସ ଏବଂ ଆସିଡିଏସ କର୍ମଚାରୀ ଚଢ଼ାଉ କରିଥିଲେ l ନାବାଳିକାକୁ ବିବାହ ଯୋଗ୍ୟ ବୟସ ହେଇନଥିବାରୁ ବିବାହ ହୋଇପାରିବ ନାହିଁ ବୋଲି ଚାଇଲଡଲାଇନ ଏବଂ ପୁଲିସ ପ୍ରଶାସନ ଝିଅର ପରିବାରକୁ ବୁଝାଇବା ପରେ ସେମାନେ ବିବାହ ନକରାଇବା ପାଇଁ ଏକ ଲିଖିତ ପ୍ରତିଶୃତି ଦେଇଥିଲେ l ପରିବାର ଲୋକଙ୍କ କଥାରେ ସନ୍ତୁଷ୍ଟ ହେଇ ପ୍ରଶାସନ ଏବଂ ଚାଇଲଡଲାଇନ ଝିଅ ଘରୁ ଫେରିଆସିଥିଲେ . ତେବେ ବାଲ୍ୟବିବାହ ରୋକିବା ଦିଗରେ ଆହୁରି ଅଧିକ ଜନ ସଚେତନତାର ଆବଶ୍ୟକତା ରହିଥିବାର ପ୍ରକାଶ କରିଛନ୍ତି ସାମାଜିକ କର୍ମୀ .

Leave a Reply

Your email address will not be published. Required fields are marked *