ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଯଦୁପୁର ର ପରୀ ଅପହରଣ ଏବଂ ହତ୍ୟା ଘଟଣା ନେଇ ଏସଆଇଟି କ୍ରାଇମବ୍ରାଞ୍ଚ ତରଫରୁ ଗଣମାଧ୍ୟମ ସମ୍ମିଳନୀ ପରେ ଘଟଣାର ସିବିଆଇ ତଦନ୍ତ ପାଇଁ ଜୋରଦାର ଦାବୀ ଉଠାଇଛି ବିଜେପି . ଇଶ୍ଵର କଲ୍ୟାଣ ମଣ୍ଡପରେ ଜିଲ୍ଲା ବିଜେପି କରିଛି ସାମ୍ବାଦିକ ସମ୍ମିଳନୀ । ବିଜେପି ଜିଲ୍ଲା ସଭାପତି ଲାଲା ମନୋଜ ରାୟ ପ୍ରକାଶ କରିଛନ୍ତି ପରୀ କୁ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଓ ମନ୍ତ୍ରୀ ଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱରରୁ ନୟାଗଡ଼ ଯଦୁପୁର କୁ ଆସୁଥିବା ବିଜେପି ପଦଯାତ୍ରା ଆସନ୍ତା କାଲି ନୟାଗଡ଼ରେ ପହଞ୍ଚିବ । ନୟାଗଡ଼ ବସଷ୍ଟାଣ୍ଡ ନିକଟରେ ଏକ ପଥପ୍ରାନ୍ତ ସଭା ହେବା ସହ ଘଟଣା ର ସିବିଆଇ ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ବିଭିନ୍ନ ଫୋରମ ରେ କରାଯିବ । ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଗଣମାଧ୍ୟମ ସମ୍ମିଳନୀରେ ପରୀ ମାମଲା ନେଇ ଲିଖିତ ନାଟକକୁ ଏସଆଇଟି ପ୍ରକାଶ କରୁଛି ବୋଲି ଅଭିଯୋଗ ଆଣିଥିଲେ ଦଳର ବରିଷ୍ଠ ସଦସ୍ୟ ତଥା ମୁଖପାତ୍ର ଗୋଲଖ ମହାପାତ୍ର .