ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ।

Spread the love

କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ଜିଲ୍ଲା ବୟାଳିଶମୌଜ଼ା ଉପକଣ୍ଠ ଦେଉଳି ସ୍ଥିତ ପୁରାତନ ଶିକ୍ଷାୟତନ ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୬ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ଏକ ବନ୍ଧୁମିଳନ ପର୍ଵ ଆଧ୍ୟାତ୍ମିକ ପୀଠ କଳପଡା କଦମ୍ବେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହପାଠୀ ମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମନେ ପକାଇବା ସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରି ଖୁସି ଅନୁଭବ କରିଥିଲେ । ପ୍ରାରମ୍ଭରେ ମନ୍ଦିରରେ ପୂଜାର୍ଚ୍ଚନା ପରେ ଅଗାମୀ ଦିନରେ ବ୍ୟାଚର ୨୫ବର୍ଷର ସିଲଭର ଜୁବୁଲି ପାଳନ ପାଇଁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ବିଦ୍ୟାଳୟର ପୁରାତନ ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାକୁ ସ୍ଥିର କରାଯାଇଛି । ଏହି ବନ୍ଧୁମିଳନ ପର୍ଵରେ ସମସ୍ତ ସହପାଠୀ ମାନଙ୍କ ସହ ଦିପକ କୁମାର ସ୍ୱାଇଁ, ପ୍ରଦୀପ୍ତ କୁମାର ସେଠୀ, ପ୍ରଦୀପ କୁମାର ଲେଙ୍କା, ଇଂ.ସେବକ ଶ୍ରୀକାନ୍ତ, ଉମାଶଙ୍କର ନନ୍ଦ, ପିତାମ୍ବର ମୁଦୁଲି, ଜ୍ୟୋତିରଞ୍ଜନ ପରିଡା, ଦେବକାନ୍ତ ସାହୁ, ସୀତାକାନ୍ତ ବେହେରା, ବିମଳ ପତି, ପ୍ରଭାତ କୁମାର ଜେନା, ଲୋଚନ ବେହେରା, ସନ୍ୟାସୀ ମହାପାତ୍ର, ଶରତ ପାଣି, ସୁନିଲ ସହାଣୀ, ଅରବିନ୍ଦ ପରିଡା, ସୁମିତ୍ରା ପତି, ଅନୁପମା ପତି, ନିବେଦିତା ପତି, ମାନସି ପତି, ମନୋରମା ତ୍ରିପାଠୀ, ସସ୍ମିତା ଦାଶ, କୁମୁଦିନି ନାୟକ, ମମନା କର, ରିତାରାଣୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *