ପ୍ରବାସୀ ଓଡିଆ ଙ୍କ ସହଯୋଗ ଲୋଡିଲେ କେନ୍ଦ୍ରମନ୍ତ୍ରୀ ଧ୍ରମେନ୍ଦ୍ର ପ୍ରଧାନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଶ୍ରୀ ମନ୍ଦିର ବିକାଶ ସମର୍ପଣ ନିଧି ସଂଗ୍ରହ // ୩୫ ଦେଶର ଓଡ଼ିଆ ଙ୍କ ସହ ଭିଡିଓ କନଫରେନ୍ସ // ନିଧି ସଂଗ୍ରହ କୁ ଜନ ଆନ୍ଦୋଳନର ରୂପ ଦେବା // କେନ୍ଦ୍ର ସରକାର ଙ୍କ ସହଯୋଗ ଆବଶ୍ୟକ । ଗଜପତି ଶ୍ରୀ ମନ୍ଦିର ଭଳି ପାଠ ବିଶ୍ଵ ରେ ନାହିଁ // ସହଯୋଗ ପାଇଁ ପ୍ରବାସୀ ଓଡ଼ିଆ ପ୍ରତିଶ୍ରୁତି !!!
ପୁରୀ ଶ୍ରୀ ମନ୍ଦିର ବିକାଶ ପାଇଁ ବିଶ୍ଵ ବ୍ୟାପି ସମ ପ୍ରଣ ନିଧି ସଂଗ୍ରହ ଅଭିଯାନ ହେବ । ଏଥି ନିମନ୍ତେ ମାର୍ଗ ଦର୍ଶନ କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଏହି ମହତ୍ କାର୍ଯ୍ୟ ରେ ବିଶ୍ଵ ବ୍ୟାପି ରହୁଥିବା ସମସ୍ତ ଓଡିଆ ଙ୍କ ସହଯୋଗ ଲୋଡିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଶ୍ରୀଯୁକ୍ତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମର୍ପଣ ନିଧି ସଂଗ୍ରହ ଅଭିଯାନ କୁ ବିଶ୍ଵ ସ୍ତରରେ ଜନ ଆନ୍ଦୋଳନ ର ରୂପ ଦେବାକୁ ରବିବାର ଏକ ଭିଡିଓ କନଫରେନ୍ସ ହୋଇଥିଲା । ଏହି ଆଲୋଚନା ରେ ୩୫ ଦେଶର ପ୍ରବାସୀ ଓଡ଼ିଆ ଭାଗ ନେଇଥିଲେ। କନଫରେନ୍ସ ରେ ମୁଖ୍ୟ ଆକର୍ଷଣ ଗଜପତି ମହାରାଜା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.
ଭିଡିଓ କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ଓ ଶ୍ରୀମନ୍ଦିର ବିକାଶ ନିମନ୍ତେ ସାମୁହିକ ପ୍ରଚେଷ୍ଟା କରିବାକୁ ସେ ୩୫ ଦେଶ ରେ ରହୁଥିବା ପ୍ରବାସୀ ଓଡ଼ିଆ ଙ୍କୁ ଆୱାନ୍ ଦେଇଥିଲ । ଏକବିଂଶ ସତ୍ତାଦ୍ଧୀରେ ଆଠ ଶହ ବର୍ଷ ପୁରୁଣା ଶ୍ରୀମନ୍ଦିର ବିକାଶ ପାଇଁ ଉଦ୍ୟମ କରାଯିବ ପ୍ରଶ୍ନଶ୍ନନୀୟ । ରାଜ୍ୟ ସରକାରଙ୍କ ସହ କେନ୍ଦ୍ର ସରକାର ସହଯୋଗୀ ହୋଇଛନ୍ତି । ପୂର୍ବପୁରୁଷ ତଥା ଓଡ଼ିଆ ଜାତି ଶ୍ରୀମନ୍ଦିର ଭଳି ଅନେକ ଭବ୍ୟ ମନ୍ଦିର କୁ ହଜାର ହଜାର ବର୍ଷ ସୁରକ୍ଷିତ ରଖିବାକୁ ବୈଜ୍ଞାନିକ କୌଶଳ ଅବଲମ୍ବନ କରିଥିଲେ । ଏହି ପରି ପ୍ରେଖିରେ ବିଶ୍ଵ ହିନ୍ଦୁ ସମାଜ ତଥା ବିଶ୍ବ ରେ ରହୁଥିବା ପ୍ରବାସୀ ଓଡ଼ିଆ ଶ୍ରୀମନ୍ଦିର ଓ ପରମ୍ପରାକୁ ଅଧିକ ହଜାର ହଜାର ବର୍ଷ ସୁରକ୍ଷିତ ରଖିବାକୁ ଉଦ୍ୟମ କରିବେ । ଶ୍ରୀମନ୍ଦିର ବିକାଶ ପାଇଁ ସମର୍ପଣ ନିଧି ଅଭିଯାନକୁ ଏକ ଜନ ଆନ୍ଦୋଳନ ରୂପ ଦେବାର ଆବଶ୍ୟକତା ଅଛି । ସରକାର କିମ୍ବା ବ୍ୟବସ୍ଥା ନୁହେଁ ମାତ୍ର ଓଡିଆ ଙ୍କ ସହଯୋଗରେ ଶ୍ରୀ ମନ୍ଦିର ନିର୍ମାଣ ହୋଇଥିଲା । ଶ୍ରୀମନ୍ଦିର ଉନ୍ନତି ନିମନ୍ତେ ପଦକ୍ଷେପ ନିଆଗଲେ ଓଡ଼ିଆ ଲୋକମାନେ ସହଭାଗିତା ଦେଇ ପାରିବେ । ବିଶେଷ କରି ଗଜପତି ମହାରାଜା ଙ୍କ ମାର୍ଗ ଦର୍ଶନ ରେ ଗରିବ ଲୋକ ମାନେ ଶ୍ରୀ ମନ୍ଦିର ବିକାଶ ନିମନ୍ତେ ଶ୍ରମଦାନ କରିବା ସହ ଆର୍ଥିକ ସମ୍ପନ୍ନ ଲୋକମାନେ ଶ୍ରୀ ମନ୍ଦିର ବିକାଶ ନିମନ୍ତେ ଆର୍ଥିକ ସହଯୋଗ କରିବା ପାଇଁ ଆଲୋଚନା କରାଯାଉ । ଏହା ସହ ପୁରୀ ଶ୍ରୀ ମନ୍ଦିର ରେ ସ୍ୱଚ୍ଛତା କୁ ଗୁରୁତ୍ଵ ଦେବାକୁ ମାନ୍ୟବର ମନ୍ତ୍ରୀ ଧର୍ମେନ୍ଦ୍ର ପରାମର୍ଶ ଦେଇଥିଲେ ।
ଭିଡିଓ କନଫରେନ୍ସ ପ୍ରାରମ୍ଭରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀ ଜଗନ୍ନାଥ ଙ୍କ ଧର୍ମ, ହିନ୍ଦୁ ଧର୍ମପୀଠ, ସନାତନ ଧର୍ମ ଆଦି କ୍ଷେତ୍ର ରେ ଶ୍ରୀମନ୍ଦିର ଏମ୍ବ ଶ୍ରୀଜଗନ୍ନାଥ ସଂସ୍କୃତିର ମହତ୍ତ୍ଵ ସମ୍ପର୍କରେ ସୂଚନା ଦେଇଥିଲେ, ଶ୍ରୀମନ୍ଦିର ଓଡ଼ିଆ ଜାତି ସମେତ ସମର୍ଗ ହିନ୍ଦୁ ସମୁଦାୟରେ ତୀର୍ଥପୀଠ ହୋଇଯାଇଚି । ଦେଶର ଚାରି ଧାମ ମଧ୍ୟରେ ପୁରୁଷୋତ୍ତମ ଧାମ ଶ୍ରୀକ୍ଷେତ୍ର ଶ୍ରେଷ୍ଠ ଧାମର ମାନ୍ୟତା ପାଇଛି । ଯୁଗ ଯୁଗ ଧରି ସନାତନ ଧର୍ମର ମୂଳ ପୀଠ ରୂପେ ବିଶ୍ଵ ବିଦିତ। ଆମର ଭିନ୍ୟ ଶାସ୍ତ୍ର କହୁଚି ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଶ୍ରୀ ପୁରୁଷୋତ୍ତମ, ପରମାତ୍ମା ଓ ପରମେଶ୍ବର । ସ୍କନ୍ଧ ପୁରାଣ କହୁଛି ଶ୍ରିପରେମେଶ୍ୱର୍ ଙ୍କ ନିଜ ସ୍ଥାନ ହେଉଛି ଶ୍ରୀ କ୍ଷେତ୍ର ଧାମ । ଶ୍ରୀ ମହାପ୍ରଭୁ ସହ ଏଠାରେ ମା ଲକ୍ଷ୍ମୀ ବିଜେ ହୋଇଛନ୍ତି । ମହାପ୍ରଳୟ ରେ ଭି ମହାପ୍ରଭୁ ଶ୍ରୀ ଜଗନ୍ନାଥ ମା’ ଲକ୍ଷ୍ମୀ ଙ୍କ ସହ ଶ୍ରୀ କ୍ଷେତ୍ର ଛାଡ଼ି ନ ଥିଲେ । ବିଶ୍ଵ ର ସନାତନ ଧର୍ମର ମୂଳ ପୀଠ ହେଉଛି ଶ୍ରୀପୁରୁଷୋତ୍ତମ ଧାମ । ଏଠାରେ ବିଜେ ଶ୍ରୀଜଗନ୍ନାଥ ମହାପ୍ରଭୁ । ଶ୍ରୀମନ୍ଦିର ଭଳି ପୀଠ ବିଶ୍ୱରେ ନାହିଁ । ଏହା ହିନ୍ଦୁଙ୍କ ପାଇଁ ସନାତନ ଧର୍ମ ର ମୂଳ ପୀଠ । ବିଶ୍ବର ବିଭିନ୍ନ ସ୍ଥାନରେ ରହିଥିବା ଧାର୍ମିକ ପୀଠ ଯଥା ଖ୍ରୀଷ୍ଟିଆନଙ୍କ ଭାଟିକାନ ସହରର ବିକାଶ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇଛି । ଭକ୍ତ ବା ଅନୁଗତ ପାଇଁ ଭାଟିକାନ ରେ ଅନେକ ସୁବିଧା ରହିଛି। ବିଶ୍ବର ଅନ୍ୟ ଧାର୍ମିକ ପୀଠ ରେ ବି ଭକ୍ତଙ୍କ ପାଇଁ ବିଶେଷ ସୁବିଧା ରହିଛି । ୧୯୬୦ ମସିହାରେ ଶ୍ରୀମନ୍ଦିର ର ଦାୟିତ୍ୱ ରାଜ୍ୟ ସରକାର ନେବାପରେ ଏମ୍ୱ ଗଜପତି ଙ୍କ ରାଜତ୍ୱ ଅମଳରେ ଭି ଶ୍ରୀମନ୍ଦିର ତାର ସ୍ଵତନ୍ତ୍ରତା ରକ୍ଷା କରି ଆସିଛି । ଶ୍ରୀମନ୍ଦିର ନିର୍ମାଣ ପରେ ଏହାର ଚାରି ପାଖ ଫାଙ୍କ ରହିଥିଲା । ଏବେ ଚାରି ପାଖରେ ଜନବସତି ଗଢ଼ିଉଠିଛି । ଏହି ପରିପ୍ରେଖୀରେ ଶ୍ରୀମନ୍ଦିର ଚୌହଦିରେ ବିକାଶ, ଭକ୍ତ ଙ୍କ ସେବା ବ୍ୟବସ୍ଥା, ଧାର୍ମିକ ପରିବେଶ ସୃଷ୍ଟି, ଭକ୍ତ ଅବାଧ ପରିକ୍ରମା ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିର ପରିକ୍ରମା ଯୋଜନା କରୁଛନ୍ତି । ସେହିଭଳି ଶ୍ରୀକ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଶ୍ଵ ଏହିତ୍ୟ ନଗରୀ ପରିକଳ୍ପନା ହାତକୁ ନେଇଛନ୍ତି । ବଡ଼ଦାଣ୍ଡ, ଶ୍ରିସେତୁ, ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଭକ୍ତ ଙ୍କ ଯାନବାହନ ପାର୍କି ର ଅତ୍ୟାଧୁନିକ ସେବା ନିମନ୍ତେ ସ୍ବତନ୍ତ୍ର ପରିକଳ୍ପନା ହୋଇଛି । ବସ୍ତୁବାଦୀ ଚିନ୍ତା ଛାଡ଼ି ଆଧ୍ୟାତ୍ମ୍ନିକ ତଥା ଧାର୍ମିକ ପୀଠ ରୂପେ ଶ୍ରୀ କ୍ଷେତ୍ର କୁ ଗଢି ତୋଳିବାକୁ ହେବ । ଏହାକୁ ସଫଳ କରିବାକୁ ରାଜ୍ୟ ସରକାର ସହ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ । ଏହାଦ୍ବାରା ଶ୍ରୀକ୍ଷେତ୍ର ଧାମ ବିଶ୍ୱରେ ଶ୍ରେଷ୍ଠ ଧାର୍ମିକ ପୀଠ ର ମାନ୍ୟତା ପାଇ ପାରିବ ବୋଲି ଗଜପତି ମହାରାଜା କହିଥିଲେ । ଆଧୁନିକ ଯୁଗରେ ଭିଡିଓ କନଫରେନ୍ସ ଯୋଗାଯୋଗର ଏକ ଅତ୍ୟାଧୁନିକ ମାଧ୍ୟମ ଥିବା କୋଭିଡ୍ ସଂକ୍ରମଣ ଆମକୁ ଶିକ୍ଷ୍ୟା ପ୍ରଦାନ କରିଛି । ଆମେ ଏହି ମାଧ୍ୟମ ଜରିଆରେ ଶ୍ରୀକ୍ଷେତ୍ର ଏମ୍ଵ ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ କରିବାକୁ ଗଜପତି ଆହ୍ୱାନ୍ ଦେଇଥିଲେ । ଏହି ଭର୍ଚୁଆଲ ଆଲୋଚନାରେ ଆମେରିକା, ସ୍ଵିଡେନ, ଜାପାନ, ମ୍ୟାନମାର୍, ଚିନ୍, ସାଉଥ୍ କୋରିଆ, କେନିୟା, ତୁର୍କୀ, ସାଉଦି ଆରବ, ବାହାରିନ କୁଏତ, ସିଙ୍ଗାପୁର, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ଇଂଲଣ୍ଡ, ନାଇଜେରିଆ, ୠଶ, କାନାଡା, ଜର୍ମାନ୍, କାଜଖସ୍ତାନ୍, ପର୍ତ୍ତୁଗାଲ, ବେଲଜିୟମ, ନେଦର୍ଲ୍ୟାଣ୍ଡ, ସ୍ପେନ୍, ଇଣ୍ଡୋନେସିଆ, ଭିଏତନାମ, ଥାଇଲ୍ୟାଣ୍ଡ ରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଏକାଠି ହୋଇଥିଲେ । ଅଷ୍ଟ୍ରେଲିଆ ରୁ ନଳିନୀ ପତି, ସିଙ୍ଗାପୂର୍ ର ଶରତ ମହାନ୍ତି, ଲଣ୍ଡନ ରୁ ସୁମନ୍ତ ମାନ୍ ସିଂ, ନାଇଜେରିଆ ରୁ ରମେଶ ବିଶ୍ଵାଳ, ଆମେରିକା ରୁ କୁକୁ ଦାସ୍, ମାସ୍କୋରୁ ସନ୍ତୋଷ ମିଶ୍ର, ସାଉଦି ଆରବର ଡ. ଚନ୍ଦ୍ର ଶେଖର ଖୁଣ୍ଟିଆ, କାନାଡା ରୁ ତନ୍ମୟ ପଣ୍ଡା, ବାହାରିନ୍ ରୁ ଅରୁଣ ପ୍ରହରାଜ, କୁଏତ ରୁ ବିଶ୍ଵ ରଞ୍ଜନ ସାହୁ, ଘନଶ୍ୟାମ ପଲାଇ, ଜିତେନ୍ଦ୍ର କୁମାର ଜେନା, ଜାପାନ ରୁ କୁନା ଦାସ, ଶ୍ରୀମନ୍ଦିର ବିକାଶ ନିମନ୍ତେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ବିକାଶ ପାଇଁ ସହଯୋଗ ରାଶି ପ୍ରଦାନ କରିଥିଲେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ। ଏଥିସହ ଗଜପତି ମହାରାଜା ଦିବ୍ୟ ସିଂହ ଦେବ ଙ୍କୁ ପତ୍ର ଲେଖି ଶ୍ରୀ ମନ୍ଦିର ବିକାଶ କରିବାକୁ ସମର୍ପଣ ନିଧି ଭଳି ଏକ ବ୍ୟବସ୍ଥା ତିଆରି କରିବାକୁ ସହଯୋଗ ଲୋଡିଥୀଲେ ।

Leave a Reply

Your email address will not be published. Required fields are marked *