ଲାଞ୍ଚ ନେଇ ଧରାପଡ଼ି ଜେଲ ଗଲେ ଫରେଷ୍ଟର !

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭୁବନେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡିଲେ ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ଛାମୁଣ୍ଡିଆ ମହାନଦୀ ବନ୍ୟପ୍ରାଣୀ ଡ଼ିଭିଜନର ଫରେଷ୍ଟର ଗୋଲଖ ବିହାରୀ ବେହେରା । ବିଶେଷ ସୁତ୍ରରୁ ପ୍ରକାଶ କାର୍ଯ୍ୟରତ ବନରକ୍ଷୀ ପୁଷ୍ପାଞ୍ଜଳୀ ପଣ୍ଡା ଙ୍କୁ ଜିଲ୍ଲା ବନଖଣ୍ଡ ଅଧିକାରୀ କୈାଣସି କାରଣ ପାଇଁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ପୁଷ୍ପାଞ୍ଜଳୀଙ୍କୁ କୈାଣସି ପ୍ରକାର ଡିପାର୍ଟମେଣ୍ଟ ଆକ୍ସନ ରୁ ବଞ୍ଚାଇ ଦେବି କହି ୩୫ ହଜାର ଟଙ୍କା ଦାବି କରିଥିଲେ ଫରେଷ୍ଟର ଗୋଲଖ ବିହାରୀ ବେହେରା । ଏ ସମ୍ପର୍କରେ ପୁଷ୍ପାଞ୍ଜଳୀ ଭୁବନେଶ୍ୱର ଭିଜିଲାନ୍ସ କାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ। ପୁଷ୍ପାଞ୍ଜଳୀ ଙ୍କ ଅଭିଯୋଗ କୁ ଭିତ୍ତିକରି ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ ଫରେଷ୍ଟର ଗୋଲଖ ବିହାରୀ ବେହେରା ଙ୍କ ପ୍ୟାଣ୍ଟ୍ ପକେଟ୍ ରୁ ଟଙ୍କା ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *