ଗାନ୍ଧୀମାର୍ଗ ଲୋୟର ପିଏମଜି ରେ ଜଳ ବିତରଣ କେନ୍ଦ୍ରର ଶୁଭାରମ୍ଭ !!

0
241

Loading

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜଧାନୀ ଭୁବନେଶ୍ୱରରେ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ତରଫରୁ ଜଳ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରାଯିବ ସହିତ ପଥପ୍ରାନ୍ତ ବାଟୋଇ ମାନଙ୍କୁ ଶୀତଳ ଜଳ ପ୍ରଦାନ ଲାଗି ଲୋୟର ପିଏମଜି ରାସ୍ତା କଡରେ ପାନୀୟ ଜଳକେନ୍ଦ୍ର ଆରମ୍ଭ କରାଯାଇଛି . ଏହି ଜଳଛତ୍ର କେନ୍ଦ୍ର ଆଗାମୀ ଗ୍ରୀଷ୍ମ ପ୍ରବାହ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପରିଷଦ ତରଫରୁ ସୂଚନା ଦିଆଯାଇଛି | କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ, ବମ୍ବେ ଓଡ଼ିଆ ମହାସଂଘର ସଭାପତି ତଥା ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନର ଅଧ୍ୟକ୍ଷ ଡ଼.ବିପିନ ବିହାରୀ ମିଶ୍ର ଯୋଗ ଦେଇ ଜଳବିତରଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ |

ଲୋକମାନେ ଜଳ ସଂରକ୍ଷଣର ଉପାଦେୟତା ବୁଝି ତାହାକୁ କାମରେ ଲଗାଇବା ନିମନ୍ତେ ଆଗେଇ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ | ତା ସହ ଅଧିକରୁ ଅଧିକ ସାମାଜିକ ସଂଗଠନ ଏ ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଦିଗରେ କାମ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ | ଅନ୍ୟତମ ସମ୍ମାନିତ ଅତିଥି ଭାବେ କମିସନରେଟ ପୋଲିସର ବରିଷ୍ଠ ଅଧିକାରୀ ଏସିପି ମାନସ ଗଡ଼ନାୟକ ଓ କ୍ୟାପିଟାଲ ଥାନାର ଭାରପ୍ରାପ୍ତ ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଯୋଗଦେଇ ପରିଷଦର କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିଥିଲେ | ଜନମଙ୍ଗଳ ପରିଷଦର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ କର୍ମକର୍ତ୍ତା ସୁକାନ୍ତ ମହାନ୍ତି, ନିରଞ୍ଜନ ସାହୁ, ଅବିନାଶ ଦାସ, ଲକ୍ଷ୍ମଣ ଦାଶ, ମନୋରଞ୍ଜନ ଦାଶ, ଲକ୍ଷ୍ମୀ ବିଶ୍ୱାସ, ପବିତ୍ର ମହାରଥା, ବାବୁଲି ସ୍ୱାଇଁ , ସୁର୍ଯ୍ୟକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

LEAVE A REPLY

Please enter your comment!
Please enter your name here