କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର କନ୍ଦରପୁର ଥାନା ଉପକଣ୍ଠ ନିମେଇଶାପୁର ଗ୍ରାମର ଦିବ୍ୟାଙ୍ଗ ନାବାଳିକାକୁ ସେହିଗ୍ରାମର ଅସାମାଜିକ ବ୍ୟକ୍ତି ଦୁଷ୍କର୍ମ କରିବା ପ୍ରତିବାଦ ତଥା ଏହି ନିନ୍ଦନୀୟ କାର୍ଯ୍ୟକୁ ଦୃଢ ବିରୋଧ କରି ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ର ସଦସ୍ୟ ମାନେ କନ୍ଦରପୁର ଥାନା ଅଧିକାରୀଙ୍କୁ ଭେଟି ଆଲୋଚନା କରିବା ସହ ଦୋଷୀକୁ ଉପଯୁକ୍ତ ଦଣ୍ଡ ପ୍ରଦାନ ପାଇଁ ଦାବୀପତ୍ର ପ୍ରଦାନ କରିଛନ୍ତି . ପୀଡ଼ିତାଙ୍କୁ ଉପଯୁକ୍ତ ଭରଣପୋଷପ ବାବଦରେ ପାଞ୍ଚଲକ୍ଷ ଟଙ୍କା ପ୍ରଦାନ, ସରକାରଙ୍କ ପକ୍ଷରୁ ଆଇନସେଵା ଯୋଗାଇ ଦେବାକୁ ପୋଲିସ କମିଶନର-ଭୁବନେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କନ୍ଦରପୁର ଥାନା ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ପରିଷଦର କାର୍ଯ୍ୟକର୍ତ୍ତା ସୁରେଶ ଜେନା, ନିରଞ୍ଜନ ରାଉଳ, ସନ୍ତୋଷ ଭୋଇ, ଦେବୀ ପ୍ରସାଦ ପତି, ସିଦ୍ଧାନ୍ତ ଭୋଇ, ଅନିଲ ମହାପାତ୍ର, ସଂଜୟ ସେଠୀ, ରବୀନ୍ଦ୍ର ପାତ୍ର, ସଂଜୟ ସାହୁ, ଲଷ୍ମୀଧର ଜେନା, ବିନୋଦ ଦାଶ, ଅକ୍ଷୟ ଦାଶ, ବଳରାମ ନାୟକ, ବିଶ୍ୱରଂଜନ ଦାଶ, ପ୍ରମୋଦ ସେଠୀ, ମୁନା ପ୍ରଧାନ ପ୍ରମୁଖ ପିଡୀତାଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଏହି ଅମାନୁଷିକ କର୍ଯ୍ୟକୁ ନିନ୍ଦା କରିବା ସହ ପ୍ରଶାସନ ଏହି ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

