ଏକାଠି ହେଲେ ପୁରୁଣା ଦିନର ସାଙ୍ଗସାଥି : ୧୯୯୯ ମାଟ୍ରିକ ବ୍ୟାଚ ସହପାଠୀଙ୍କ ବନ୍ଧୁମିଳନ

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲା ବୟାଳିଶ ମୌଜ଼ା ଉପକଣ୍ଠ ଦେଉଳି ସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୯୯ ମସିହା ମାଟ୍ରିକ ବ୍ୟାଚ ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ପର୍ଵ ବରାଳ ସ୍ଥିତ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ସହପାଠୀ ମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମନେ ପକାଇବା ସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରି ଖୁସି ଅନୁଭବ କରିଥିଲେ ।

ଆୟୋଜିତ ଉତ୍ସବରେ ରାଧା ଗୋବିନ୍ଦ ପତି, ତାପସ କୁମାର ମହାପାତ୍ର, ଜମସେର ବେଗ , ଦେବି ପ୍ରସାଦ ପତି, ଜ୍ୟୋତିରଞ୍ଜନ ତ୍ରିପାଠୀ , ତ୍ରିନାଥ ମୁଦୁଲି , ଧନଞ୍ଜୟ ମହାପାତ୍ର , ପୁଷ୍ପ ରଞ୍ଜନ ପ୍ରଧାନ , ଗିରିଜା ଶଙ୍କର ପତି, ବିଜୟ ମହାପାତ୍ର , ସୁଶାନ୍ତ ନାୟକ , ଅପସର ବେଗ , ଅନାଦି ସ୍ୱାଇଁ , ରଞ୍ଜନ ମାଝୀ , ବସନ୍ତ ଭୋଇ, ନିରଞ୍ଜନ ଭୋଇ , ଅମ୍ଲାନ ବିଶ୍ୱାଳ , ରଞ୍ଜିତା ବେହେରା, ସ୍ମିତାଞ୍ଜଳୀ ପତି, ସନ୍ଧ୍ୟାରାଣୀ ବେଉରା , କୁନି ମୁଦୁଲି, ସଂଯୁକ୍ତା ମୁଦୁଲି , ମଧୁସ୍ମିତା ଦାଶ , ମିନାକ୍ଷୀ ପତି , ମାଳବିକା ପତି , କବିତା ନାଥ ପ୍ରମୁଖ ଉପସ୍ଥିତ ଥିଲାବେଳେ ପୁରାତନ ଶିକ୍ଷକବର୍ଗ ଶିବ ପ୍ରସାଦ ମହାରଣା, ବିଜୟ ରାମ ବେଉରା, ନାରାୟଣ ସାହୁ, ପହଲି ପତି, ରବୀନ୍ଦ୍ର ସାହୁ, ଶୈଳେନ୍ଦ୍ର ନାୟକ, ସୂର୍ଯ୍ୟମଣି ପରିଜା ପ୍ରମୁଖଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ଛାତ୍ରଛାତ୍ରୀ ବର୍ଗ ସମ୍ମାନୀତ କରିଥିଲେ ।

Leave a Reply

Your email address will not be published. Required fields are marked *