କଟକ ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ରନ୍ଧା ଖାଦ୍ୟ ବଣ୍ଟନ !!!

Spread the love

କଟକ ( ଆୱାଜ ମିଡିଆ ) – ପ୍ରିୟବ୍ରତ ପଟ୍ଟନାୟକ : ଅଧୁନା ସମଗ୍ର ଦେଶରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିବା ବେଳେ ଚକା ବନ୍ଦ ହେତୁ ନାନାଦି ସମସ୍ୟା ମଧ୍ୟରେ ଥିବା ବସ ଡ୍ରାଇଭର, କଣ୍ଡକ୍ଟର, ହେଲପର ମାନଙ୍କୁ ସେଵା ଓ ସହଯୋଗର ଉଦ୍ଦେଶ୍ୟ ନେଇ କଟକ ମୋଟର କର୍ମଚାରୀ ୟୁନିୟନ ପକ୍ଷରୁ ଚଳିତ ମାସ ୫ ତାରିଖରୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି । ଏହି ସେଵାକାର୍ଯ୍ୟ ତାଲା ବନ୍ଦ ଥିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ୟୁନିୟନ ପକ୍ଷରୁ ସଭାପତି ସାଥି ଜନାର୍ଦ୍ଦନ ପତି ମତ ଦେଇଛନ୍ତି । ଉପ ସଭାପତି ପ୍ରଦିପ୍ତ କିଶୋର ଖୁଣ୍ଟିଆ, ଆଇନଜୀବି ସରୋଜ କୁମାର ସ୍ୱାଇଁ, ବଦ୍ରୀନାରାୟଣ ଦାସ,bସାଧାରଣ ସଂପାଦକ ଶିଶିର କୁମାର ଲେଙ୍କା, ସହ ସମ୍ପାଦକ ଗଗନ ପରିଡା, ହୀରାଲାଲ ପଣ୍ଡା, ଚକ୍ରବର୍ତ୍ତୀ ଓତା, ବିଭୁତି ଭୂଷଣ ରାଉତ, ରକେଶ ରାଉତ, ରଘୁନାଥ ବାରିକ, ଗୌରାଙ୍ଗ ବେହେରା, ରୋହିତ ରାଉତ, ନାରାୟଣ ନାୟକ, ଜଳଦେବ ପ୍ରଧାନ, ରମାକାନ୍ତ ମଣ୍ଡଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି ।ସରକାର କର୍ମଚାରୀ ମାନଙ୍କୁ କରୋନା ଦୁଃସମୟରେ ସହଯୋଗ କରିବାକୁ ୟୁନିୟନ ପକ୍ଷରୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *