ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରାଙ୍କ ୪୨ତମ ଜନ୍ମ ଦିବସ ଅବସରରେ ରକ୍ତଦାନ ଶିବିର ରାଜଧାନୀ ଡାକ୍ତରଖାନା ରକ୍ତଭଣ୍ଡାରରେ ଅନୁଷ୍ଠିତ ହୋଇ ୪୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ର ସଭାପତି ସଂଗ୍ରାମ କେଶରୀ ପାଇକରାୟ ଉଦଘାଟନ କରିଥିବା ବେଳେ ରକ୍ତଭଣ୍ଡାର ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ମିଶ୍ର ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ . ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗ ଐତିହ ସୁରକ୍ଷା ମଞ୍ଚର ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ମିଶନ ରକ୍ତଦାନ ଅଭିଯାନର ଆବାହକ ନିରଞ୍ଜନ ପଟ୍ଟନାୟକ, ହରପ୍ରସାଦ ମହାପାତ୍ର, ଚନ୍ଦ୍ରକାନ୍ତ ପ୍ରମୁଖ ଉପସ୍ଥିତ ରହି ଶିବିରକୁ ପରିଚାଳନା କରିଥିଲେ । ଏପରି ମହତ କାର୍ଯ୍ୟ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନକୁ ସମସ୍ତ ମହଲରେ ଉଚ୍ଚ ପ୍ରସଂଶା କରାଯାଇଛି ।
ରକ୍ତଦାନ କରି ଜନ୍ମଦିନ ପାଳିଲେ ନୃତ୍ୟଶିଳ୍ପୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଅମୃତା ଲୋପାମୁଦ୍ରା !

