ତୈଳ ଦର ବୃଦ୍ଧି ପ୍ରତିବାଦରେ ସୁକିନ୍ଦା କଂଗ୍ରେସ ତରଫରୁ ସୁକିନ୍ଦା ବ୍ଲକ ଘେରାଉ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ମହାମାରି କରୋନା ସମୟରେ ଦେଶ ତଥା ରାଜ୍ୟରେ ତୈଳ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ସୁକିନ୍ଦା କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି . କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଏହି ପ୍ରତିବାଦରେ ଗୋବରଘାଟି ସରପଞ୍ଚ ସ୍ଵର୍ଣ୍ଣଲତା ବାନରା , ନାରୀନେତ୍ରୀ ସ୍ୱପ୍ନା ବେହୁରା , ରାଇଚରଣ ମହାନ୍ତି, ରଞ୍ଜିତ ରାଜ୍, ଯୁବ ନେତା ସୁରଜିତ ରାଉତଙ୍କ ନେତୃତ୍ୱରେ ସୁକିନ୍ଦା ବ୍ଲକ କଂଗ୍ରେସ ତରଫରୁ ଶତାଧିକ କଂଗ୍ରେସ କର୍ମୀ ସୁକିନ୍ଦା ରଥଛକ ଠାରୁ ଏକ ସଚେତନତା ପଦଯାତ୍ରା ଆରମ୍ଭ କରି ସୁକିନ୍ଦା ବ୍ଲକ ପାଖରେ ପହଞ୍ଚି ବ୍ଲକ ଘେରାଉ କରିବା ସହିତ ସରକାର ବିରୋଧୀ ନାରାବାଜି କରିଥିଲେ ।

Leave a Reply

Your email address will not be published. Required fields are marked *