ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସିଭିକୋର୍ଟ ପରିସରରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ . ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଦାଲତରେ ୨ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଅଛି । ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ କୁମାର ଦେହୁରୀଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳ ସିଭିଲ୍କୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୧୯୪ ଟି ମାମଲା ଫଏସଲା କରାଯାଇଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୬୧ଟି , ବିବାହ ଏବଂ ପାରିବାରିକ ମାମଲା ୭ଟି , ଦେୱାନୀ ମାମଲା ୮୪ଟି , ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୪୨ ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ଭାବରେ ସମାଧାନ କରାଯାଇଛି । ଢେଙ୍କାନାଳ ସିଭିଲକୋର୍ଟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟଲୋକ ଅଦାଲତରେ ଲୋକ ଅଦାଲତର ଅଧ୍ୟକ୍ଷ ଶ୍ରୀ ଅମିୟ କୁମାର ସାହୁ , ପାରିବାରିକ ଅଦାଲତର ବିଚାରପତି ସୂର୍ଯ୍ୟନାରାୟଣ ଦ୍ବିବେଦି , ଅତିରିକ୍ତ ଜିଲ୍ଲାଜଜ୍ ଶ୍ରୀ ରାଜକିଶୋର ମହାପାତ୍ର , ମୁଖ୍ୟ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ମୁକ୍ତିଗଞ୍ଜନ ଶତପଥୀ , ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀ ସୁବାସ ଚନ୍ଦ୍ର ଧଳ , ଅତିରିକ୍ତ ବରିଷ୍ଟ ଦେଓନୀ ଅଦାଲତ ବିଚାରପତି ଲୋପାମୁଦ୍ରା ପଣ୍ଡା , ବରିଷ୍ଟ ଦେଓନୀ ଅଦାଲତ ବିଚାରପତି ଶ୍ରୀ ସୁଶିଲ କୁମାର ସାହୁ , ବରିଷ୍ଟ ଦେୱାନୀ ବିଚାରପତି ଶ୍ରୀମତୀ ସାବିତ୍ରୀ ନାୟକ , ଉପଖଣ୍ଡ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ଶ୍ରୀମତି ସଂନ୍ଧ୍ୟା ରଥ , ପ୍ରଥମ ଶ୍ରେଣୀ ବିଚାର ବିଭାଗିୟ ମାଜିଷ୍ଟ୍ରେଟ ନିଶ ଅଗ୍ରୱାଲ ଓ ଶ୍ରୀମୟୀ ନନ୍ଦ ବିଭିନ୍ନ ଅଦାଲତ ଗୁଡିକ ପରିଚାଳନା କରିଥିଲେ । ଲୋକଅଦାଲତ ରେ ରେଜିଷ୍ଟ୍ରର ସିଭିଲକୋର୍ଟ ଶ୍ରୀ ଚିନ୍ମୟ ମିଶ୍ର ଉପସ୍ଥିତ ଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ତଥା ସ୍ଥାୟୀ ଏବଂ ନିରନ୍ତର ଲୋକ ଅଦାଲତର ବିଚାରପତି ଶ୍ରୀ ସୁକାନ୍ତ କିଶୋର ଜେନା , ସରକାରୀ ଆଇନଜୀବି ଶ୍ରୀ ପତିତପାବନ ମହାପାତ୍ର , କନସିଲିଏଟର , ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତ ସୁଭାସିନି ମହାକୁଡ , ସ୍ଥାୟୀ ଏବଂ ନିରନ୍ତରଲୋକ ଅଦାଲତକୁ ପରିଚାଳନା କରିଥିଲେ । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ପ୍ୟାନେଲ ଲୟର , ପି.ଏଲ. ଭି , ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ସିଭିଲକୋର୍ଟ ର ସମସ୍ତ କର୍ମଚାରୀ ଉପରୋକ୍ତ ଲୋକ ଅଦାଲତକୁ ସୁଚାରପେ ପରିଚାଳନା କରିବାରେ ସହାୟତା କରିଥିଲେ ।