ମୀନାକ୍ଷୀ ସାହୁଙ୍କ ପ୍ରଥମ ପୂଣ୍ୟତିଥିରେ ସ୍ମୃତି ଚାରଣ ସଭା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସ୍ଥାନୀୟ ଆଶୀର୍ବାଦ ଭବନରେ ସ୍ଵର୍ଗତ ମୀନାକ୍ଷୀ ସାହୁଙ୍କ ପ୍ରଥମ ପୂଣ୍ୟତିଥିରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଅଗ୍ରଣୀ ମହିଳା ସଙ୍ଗଠନ ‘ଆକାଂକ୍ଷା’ ର ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ, କର୍ଯ୍ୟକାରିଣୀ ସଭାନେତ୍ରୀ ଶ୍ରୀମତୀ ଅଶାଲତା ପାଣିଗ୍ରାହୀ, ସଂପାଦିକା ମୀନା କୁମାରୀ ଟହଲ, ଉପ-ସଭାନେତ୍ରୀ ଶ୍ରୀମତୀ ଅନିତା ମିଶ୍ର, ସଙ୍ଗଠନର ସଦସ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ, ଶ୍ରୀମତୀ ଭାଗ୍ୟଲତା ନାୟକ, ଶୀମତୀ ସୁନିତା ରଥ ଯୋଗ ଦେଇ ‘ଆକାଂକ୍ଷା’ର ପ୍ରାକ୍ତନ ସଭାନେତ୍ରୀ ଶ୍ରୀମତୀ ମୀନାକ୍ଷୀଙ୍କ ସ୍ମୃତି ଚାରଣ କରି ସଙ୍ଗଠନ ପ୍ରତି ତାଙ୍କର ଅବଦାନ, ସମର୍ପିତ ଭାବନା ଓ ସଙ୍ଗଠନର କାର୍ଯ୍ୟରେ ନିଜକୁ ନିୟୋଜିତ କରି ଶେଷରେ କରୋନା ମହାମାରୀରେ ଆକ୍ରାନ୍ତ ହୋଇ କିପରି ମୃତ୍ୟୁବରଣ କରିଥିଲେ ସେ ବିଷୟରେ ନିଜ ନିଜ ବ୍ୟକ୍ତବ୍ୟ ରଖିଥିଲେ । ବିଭିନ୍ନ ବାଧାବିଘ୍ନ ଓ ପ୍ରତିବନ୍ଧକ ସତ୍ତ୍ୱେ ‘ଆକାଂକ୍ଷା’ ସଙ୍ଗଠନର କାର୍ଯ୍ୟକ୍ରମ ଜାରି ରଖି ପାରିଲେ ତାହା ମୀନାକ୍ଷୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସମସ୍ତେ ମତ ପୋଷଣ କରିଥଲେ ।

Leave a Reply

Your email address will not be published. Required fields are marked *