ବାଙ୍କୀ ର ମଡେଲ ଶ୍ମଶାନ ପାଇଁ ଏନଏସି କର୍ତ୍ତୃପକ୍ଷଙ୍କୁ ପୁରସ୍କାର ମିଳୁ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମଶାଣି ପାଲଟିଛି ଜଙ୍ଗଲ , ରକ୍ଷଣାବେକ୍ଷଣ ଅଭାବରୁ ବିଷାକ୍ତ ସାପ ଙ୍କ ଚଳପ୍ରଚଳ ରେ ଶବ ଦାହ କରିବା ପାଇଁ ଡରୁଛନ୍ତି ଲୋକ । ଏ ଦୃଶ୍ୟ ଦେଖି ଜାଣି ପାରୁଥିବେ କିପରି ଅବସ୍ଥାରେ ପଡ଼ିରହିଛି ବାଙ୍କୀ ର ଶ୍ମଶାନ . ବାଙ୍କୀ ଏନ୍ଏସି ଅଧିନରେ ଥିବା ଏହି ଶ୍ମଶାନ ର ନା ରକ୍ଷଣାବେକ୍ଷଣ କରାଯାଉଛି ନା ସଫାସୁତୁରା । ବରଂ ଏହାର ଚତୁପାର୍ଶ୍ୱ ରେ ବଜାରର କୁଢକୁଢ ଅଳିଆ ଆବର୍ଜନା କୁ ଗଦାକରି ସ୍ୱଛତାର ଡିଣ୍ଡିମ ପିଟୁଛନ୍ତି ଏନ୍ଏସି କତ୍ତୃପକ୍ଷ । ଅଳିଆ ଆବର୍ଜନା ଗନ୍ଧରେ ଶବ ଦାହ କରିବାକୁ ଆସୁଥିବା ମୃତକଙ୍କ ସମ୍ପର୍କୀୟ ଅନେକ ସମୟରେ ଶବକୁ ଅଧା ପୋଡାରେ ଛାଡି ଦେଇ ଚାଲିଯାଉଛନ୍ତି । ଏହି ମଶାଣି ଉପରେ ଶବଦାହ କରିବା ପାଇଁ ନିର୍ଭର କରନ୍ତି ଏନ୍ଏସିର ୭, ୮, ୯, ୧୦, ୧୧ ନଂ ୱାର୍ଡ ର ବାସିନ୍ଦା . ସେହିପରି ଅନେକ ସମୟରେ ଅଜଣା ଶବ ମଧ୍ୟ ଏଠାରେ ଦାହ କରାଯାଇଥାଏ । ତେବେ କୌଣସି ସୁବିଧା ନଥିବାରୁ ଅନେକ ସମୟରେ ଶବଦାହ କରିବା ପାଇଁ ଲୋକେ ପାଖରେ ମଶାଣି ଟିଏ ଥିଲେ ମଧ୍ୟ ବାଧ୍ୟ ହୋଇ ପୁରୀ ସ୍ୱର୍ଗଦ୍ୱର ନେଇ ଯାଉଛନ୍ତି । ଦୀର୍ଘ ଦିନ ଧରି ଏପରି ସମସ୍ୟା ଲାଗି ରହିଥିଲେ ବି , ଅଧୁସୂଚିତ କ୍ଷେତ୍ର ପରିଷଦର ଅଧିକାରୀ ସମସ୍ୟା ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ , ବାଙ୍କୀ ଏନ୍ ଏ ସି ର୧୧ନଂ ୱାର୍ଡ ର କିଛି ବରିଷ୍ଠ ନାଗରିକ ଓ ଯୁବ ଗୋଷ୍ଠୀ ଶ୍ମଶାନ ପରିସର ସଫା କରିବା ପାଇଁ ଆଗେଇ ଆସିଥିଲେ . ସ୍ଥାନୀୟ ବାସିନ୍ଦା ପ୍ରତାପ ଚନ୍ଦ୍ର ମହାପାତ୍ର, ସନ୍ତୋଷ କୁମାର ରଣା, ଶରତଚନ୍ଦ୍ର ରଣା, ନିରଞ୍ଜନ ରଣା, ପ୍ରକାଶ ରଣା, ବବୁଆରଣା, ତ୍ରିନାଥ ରଣା, ବିଦ୍ୟାଧର ରଣା, ଚନ୍ଦ୍ର ଶେଖର ମହାପାତ୍ର, କେଳୁ ରଣା, ଅଶୋକ ରଣା , ନିବାସ ରଣା, ଶେଶନ ରଣା , ବିଜୟ କୁମାର ମହାପାତ୍ର ପ୍ରମୁଖ ଏକତ୍ରିତ ହୋଇ ଶ୍ମଶାନ ସଫାସୁତୁରା କରିବା ପାଇଁ ଆଗେଇ ଆସିଛନ୍ତି । ଆଗାମୀ ଦିନରେ ଏହାର ଚର୍ତୁପାର୍ଶ୍ୱ ରେ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିବା ଓ ଶ୍ମଶାନକୁ ଶବଦାହ କରିବା ପାଇଁ ଆସୁଥିବା ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମ ସ୍ଥଳୀ କୁ ସଫା ସୁତୁରା ରଖିବା ପାଇଁ ଯୋଜନା ଗ୍ରହଣ କରାଯାଇଛି । ଏହା ସହିତ ଏହି ଦିଗରେ ଏନ୍ ଏ ସି କତ୍ତୃପକ୍ଷ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଏହାର ରକ୍ଷଣାବେକ୍ଷଣ କରନ୍ତୁ ବୋଲି ସାଧାରଣ ଲୋକ ଦାବି ରଖିଥିବା ବେଳେ ବୁଦ୍ଧିଜୀବୀ ମହଲରେ ଯୁବକ ମାନଙ୍କ କାର୍ଯ୍ୟ କୁ ପ୍ରଶଂସା କରାଯାଇଛି । ଦେଖି ବାକୁ ବାକି ରହିଲା ସ୍ୱଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ପାଇଥିବା ଏନ୍ ଏ ସି କତ୍ତୃପକ୍ଷ ଙ୍କ ଭୂମିକା ଆଗାମୀ ଦିନରେ କଣ ରହୁଛି ।

Leave a Reply

Your email address will not be published. Required fields are marked *