ସଡକ ଦୁର୍ଘଟଣାରେ 6 ଜଣ ଗୁରୁତର ଆହତ !

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳର ସଦର ବ୍ଲକ ଅନ୍ତର୍ଗତ କାଇମାଟି ଠାରେ ଘଟିଯାଇଛି ସଡକ ଦୁର୍ଘଟଣା । କିଛି ବ୍ୟକ୍ତି ଏକ ବିବାହ ଭୋଜି ପାଇଁ କେନ୍ଦୁଝର ରୁ ଅନୁଗୁଳ ଅଭିମୁଖେ ଏକ ବୋଲେରୋ ରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଟି ଘଟିଥିଲା । ବିପରୀତ ଦିଗରୁ ଆସୁଥିବା ଟ୍ରକ ସାଇଡ ମାରିବାରୁ ବୋଲେରୋ ଡ୍ରାଇଭର ସମସ୍ତଙ୍କୁ ବଞ୍ଚିବାକୁ ଯାଇ ସାଇଡ କରୁଥିବା ସମୟରେ ଖଜୁରୀ ଗଛରେ ପିଟି ହୋଇଯାଇଥିଲା । ଆଜି ଦିନ ପ୍ରାୟ 12.20 ସମୟରେ ଏହି ଦୁର୍ଘଟଣା ହୋଇଛି । ଗାଡ଼ି ରେ ଥିବା ଡ୍ରାଇଭର ବବିର ସାହୁ ଓ ଅଙ୍କିତା ରାଉତ ଙ୍କର ହାତ ଭାଙ୍ଗିଥିବା ବେଳେ , ଅନ୍ୟ ମାନେ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରେ ଗାୟତ୍ରୀ ଚକ୍ର, ସୁଜିତ ଚକ୍ର, ଶୋଭନ ରାଉତ, କମଳ ରାଉତ ଥିବାର ସୂଚନା ମିଳିଛି । ଟ୍ରକ ଟି ସାଇଡ ମାରିଦେଇ ଘଟଣା ସ୍ଥଳରୁ ଫେରାର ଅଛି । କପିଳାସ ଓ ଜୋରନ୍ଦା କୁ ଯୋଗ କରୁଥିବା ଢେଙ୍କାନାଳର ମୁଖ୍ୟ ରାସ୍ତା କାଇମାଟି ପାଖରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *