ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସମଗ୍ର କନ୍ଧମାଳ ଜିଲ୍ଲାରେ ଘନଘନ ବିଦ୍ୟୁତ କାଟ ବନ୍ଦ କରିବା ସହିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ବିରୋଧ କରି ଏହାର ପ୍ରତିକାର ଦାବିରେ ରାଜ୍ୟ ବିଜେପିର ଆହ୍ୱାନ ରେ ଦାରିଙ୍ଗବାଡ଼ି ବିଜେପି ମଣ୍ଡଳ ପକ୍ଷରୁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ମଣ୍ଡଳ ବିଜେପି ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ବରେ ବିଦ୍ୟୁତ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଟିକିଏ ବର୍ଷା ହେଲେ ବିଦ୍ୟୁତ କଟିବା, ବିନା କାରଣରେ ଘନଘନ ବିଦ୍ୟୁତ କାଟ ହେବା ଫଳରେ ଅନଲାଇନରେ ଛାତ୍ରଛାତ୍ରୀ ଶିକ୍ଷା ଅଧ୍ୟୟନ କରିବାରେ ଘୋର ସମସ୍ୟା ସୃଷ୍ଟି ହେଉଛି । ସେହିପରି ବିଦ୍ୟୁତ ୟୁନିଟର ଦରବୃଦ୍ଧି କୁ ନେଇ ମଧ୍ୟ ଅଭିଯୋଗ କରିଛି ବିଜେପି ।

ଦାରିଙ୍ଗବାଡ଼ି ବିଦ୍ୟୁତ ଅଫିସ ସମ୍ମୁଖରେ ଜୋରଦାର ପ୍ରତିବାଦ କରାଯାଇଛି । ଘନଘନ ବିଦ୍ୟୁତ କାଟ ବନ୍ଦ କରିବା ସହିତ ବିଦ୍ୟୁତ ଶୁଳ୍କ ବୃଦ୍ଧିକୁ ପ୍ରତିହାର କରିବା ପାଇଁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଦ୍ୟୁତ ବିଭାଗ ଅଧିକାରୀ ଶିବପ୍ରସାଦ ନାୟକଙ୍କୁ ପ୍ରଦାନ କରିଛନ୍ତି । ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅର୍ଚ୍ଚନା ପ୍ରଧାନ, ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ କୁମାର ସାହୁ, ମଣ୍ଡଳ ସମ୍ପାଦକ ମିଟୁ ସାହୁ, ଜିଲ୍ଲା ସମ୍ପାଦକ ମହେଶ୍ବର ସାହୁ, ଉପ ସଭାପତି ମୀନକେତନ ସାହୁ, ମହିଳା ମୋର୍ଚ୍ଚା ସଭାପତି ସୋନାଲି ପ୍ରଧାନ, ଟୁନିମୁଖୀ, ଜିତେନସେନ ପଡ୍ରା, ସୁଶାନ୍ତ ପ୍ରଧାନ, କାର୍ଯ୍ୟକାରିଣୀ ସଦସ୍ୟା ସରଶିଳା ପ୍ରଧାନ, ହମିର ସିଂ, ଦିଲ୍ଲୀପ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Leave a Reply

Your email address will not be published. Required fields are marked *