ରକ୍ତ ବୋଡେନ ସଂରକ୍ଷିତ ଜଙ୍ଗଲ ରେ ଶ୍ରମିକଙ୍କ ସନ୍ଧେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରାମ ଛତ୍ରିଆ : କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଦକ୍ଷିଣ ବନଖଣ୍ଡ ରେଞ୍ଜ ଅଧୀନରେ ଥିବା ବାନେର ନିକଟସ୍ଥ ରକ୍ତବୋଡେନ ସଂରକ୍ଷିତ ଜଙ୍ଗଲରେ କାମ କରୁଥିବା ଶ୍ରମିକ ବାଲାରସେନ ନାଗ (୫୫)ଙ୍କ ମୃତ ଦେହ ଜଙ୍ଗଲ ଭିତରେ ଉଦ୍ଧାର ହୋଇଛି । ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟା ବୋଲି ଜୟପାଟଣା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣା ସମ୍ପର୍କରେ ଜଣାପଡିବ ବୋଲି ଥାନା ଅଧିକାରୀଣୀ ରଶ୍ମିତା ପ୍ରଧାନ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ସେ ଏହି ଜଙ୍ଗଲ ରେ ୧୦ବର୍ଷ ହେଲା ଅସ୍ଥାୟୀ ଶ୍ରମିକ ଭାବେ କାମ କରୁଥିବା ବେଳେ ଗତକାଲି ସକାଳେ କାମ କରିବାକୁ ଆସିଥିଲେ । କିନ୍ତୁ ସନ୍ଧ୍ୟା ହେଲେ ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ତାଙ୍କୁ ଜଙ୍ଗଲ କୁ ଖୋଜି ଆସିବା ବେଳେ ବାଲାରସେନ କୁ ଅଚେତ ଅବସ୍ଥାରେ ପାଇଥିଲେ । ପରେ ତାଙ୍କୁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷରେ ମୃତ ବାଳାରସେନ ଙ୍କ ପୁଅ ତ୍ରିଲୋଚନ ତାଙ୍କ ବାପାଙ୍କୁ ହତ୍ୟା କରିଥିବା ନେଇ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି । କିନ୍ତୁ ଅନ୍ୟ ଦିଗରେ ଏହା କୋଣସି ବିଷାକ୍ତ ଜୀବ ଦଂଶନ କରିଥାଏ ପରେ ବୋଲି ସନ୍ଦେହ କରାଯାଉଛି । ବାଲାରସନ ଜଣେ ଗରିବ ଶ୍ରେଣୀ ର ଶ୍ରମିକ ହୋଇଥିବା ବେଳେ ତାଙ୍କ ପରିବାର କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *