ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ରା.ଉଦୟଗରି ଓ ମୋହନା ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ ରା.ଉଦୟଗିରି ବ୍ଲକ ଗସ୍ତରେ ଆସି ନିର୍ମାଣ ହେବାକୁ ଥିବା ଛେଳିଗଡ ଜଳ ବିଦ୍ୟୁତ୍ ପ୍ରକଳ୍ପ ଦୀର୍ଘ ବର୍ଷ ହେଲା କାର୍ଯ୍ୟକାରୀ ହୋଇ ନ ଥିବା କାରଣ କଣ ତାର ଅନୁଧ୍ୟାନ କରିଥିଲେ । ଶିଆଳିଲଟି ପଞ୍ଚାୟତର ନିର୍ମିତ ହେଉଥିବା ଟନେଲ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଉପସ୍ଥିତ ଥିବା ଜଳସେଚନ ପ୍ରକଳ୍ପ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣାଙ୍କ ସହିତ ଆଲୋଚନା କରି କିଭଳି ଭାବେ ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ ଏବଂ ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ନିଆଯିବା ସେ ନେଇ ବିସ୍ତୃତ ଆଲୋଚନା କରିଥିଲେ ।

କୂଆଁପଡା ଗ୍ରାମର କିଛି ଅସହାୟ ମହିଳା ଓ ଯୁବକ , ଯୁବତୀମାନେ ସରକାରୀ ସହାୟତା ଲାଗି ନିବେଦନ କରିଥିଲେ । ଏହାପରେ ଜିଲ୍ଲାପାଳ ଶ୍ରୀ ପଣ୍ଡା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ସ୍ଥିତ ଏସିଆ ମହାଦେଶର ସର୍ବବୃହତ୍ତମ ବୌଦ୍ଧ ମନ୍ଦିର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କୁ ମନ୍ଦିର ପରିସର ମଧ୍ୟରେ ନିର୍ମାଣ ହୋଇଥିବା ପଦ୍ମସମ୍ଭ ବୋଟିଙ୍ଗ ପରିଦର୍ଶନ କରି ବହୁତ ଖୁସି ଅନୁଭବ କରିବା ସହ କୋଫି ଗୃହ ନିକଟରେ ଚାରା ରୋପଣ କରିଥିଲେ । ମନ୍ଦିରର ସୌନ୍ଦର୍ଯ୍ୟ କାରୁକାର୍ଯ୍ୟ ଦେଖି ଖୁସି ବ୍ୟକ୍ତ କରିଥିଲେ ।

ଜିରାଙ୍ଗ ଏବଂ ଖସଡ଼ା ଜଳ ପ୍ରପାତକୁ ମଧ୍ୟ ଅଧିକ ଆକର୍ଷଣୀୟ କରିବା ସହ ଜିଲ୍ଲାର ବିକାଶ କରିବା ମୋର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳଙ୍କ ପରିଦର୍ଶନ ସମୟରେ ପିଡି ଡିଆରଡିଏ ଅନାମ ଚରଣ ପାତ୍ର , ପିଏ ଆଇଟିଡିଏ ସରୋଜ ବେହେରା , ବିଡିଓ ସାର୍ଥକ ସୌରଭ ମହାପାତ୍ର , ତହସିଲଦାର ସାରଦା ପ୍ରସନ୍ନ ପଣ୍ଡା , ଅତିରିକ୍ତ ତହସିଲଦାର ଆଶିଷ୍ଟ କୁମାର ପ୍ରଧାନ , ମୋହନା ସ୍ୱାସ୍ଥ୍ୟକେନ୍ଦ୍ର ଚିକିତ୍ସା ଅଧିକାରିଣୀ ଡ. ନମିତା ପଣ୍ଡା , ବ୍ଲକ୍ ସହକାରୀ ନିବାହୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ , ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ , ପିଇଓ ରବି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

