ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଥିଙ୍କର୍ସ ଫୋରମ ତରଫରୁ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ . ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସଦସ୍ୟ ମାନେ ସହରର ବିଭିନ୍ନ ସମସ୍ୟା ନେଇ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଢେଙ୍କାନାଳ ସହର ମଧ୍ୟରେ ଗାଈଗୋରୁ ମାନଙ୍କର ଅବାଧ ବିଚରଣ ଦ୍ୱାରା ଦିନଙ୍କୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ସହରର ରଥଗଡା ପରିବା ମାର୍କେଟ ଏବଂ ମେଡିକାଲ କୁ ଯିବା ରାସ୍ତା ଦକ୍ଷିଣକାଳୀ ରେ ଗାଈ ଗୋରୁ ଗୁଡିକ ରାସ୍ତାକୁ ସମ୍ପୂର୍ଣ ରୂପେ ଅବରୋଧ କରି ରଖୁଥିବାରୁ ସହରବାସୀ ଯିବା ଆସିବା କରିବାରେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଏଥିନେଇ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରୁ ନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଏତଦ ବ୍ୟତୀତ ବର୍ଷା ଋତୁ ଚାଲୁ ଥିବାରୁ ସହରର ବିଭିନ୍ନ ନାଳନର୍ଦମା ଗୁଡିକ ମଶା ମାଛି ଙ୍କର ବଂଶ ବୃଦ୍ଧି ଘଟିଛି । ମଶା ମାଛି ଙ୍କର ବୃଦ୍ଧି ହେତୁ ବିଭିନ୍ନ ପ୍ରକାରର ରୋଗ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବୃଦ୍ଧି ପାଉଛି । ତେଣୁ ଜିଲ୍ଲାପାଳ ଏହି ସମସ୍ୟାଗୁଡିକ ଉପରେ ଦୃଷ୍ଟି ନିକ୍ଷେପ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମୂଳକ କାର୍ଯ୍ୟକ୍ରମ କରାଇଲେ ଢେଙ୍କାନାଳ ବାସୀ ଉପକୃତ ହେବେ ବୋଲି ଢେଙ୍କାନାଳ ଥିଙ୍କର୍ସ ଫୋରମ ର କର୍ଯ୍ୟକର୍ତା ମାନେ ଆଶା ବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *