ଖୁସି ର ସଣ୍ଡେ ମିଶନ : ଜୀବନ ସେବା ଫାଉଣ୍ଡେସନ ତରଫରୁ ରନ୍ଧା ଖାଦ୍ୟ ପ୍ରଦାନ !!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମହାମାରୀ ସଂକ୍ରମଣ ପରିସ୍ଥିତି ଏବଂ କଟକଣା ଭିତରେ ସାଧାରଣ ଜୀବନଯାତ୍ରା ବିପର୍ଯ୍ୟସ୍ଥ ହୋଇ ପଡିଥିବା ସମୟରେ ଅସହାୟ ଲୋକମାନଙ୍କର ସମସ୍ୟାକୁ ସମାଧାନ କରିବା ପାଇଁ ପ୍ରୟାସ କରିଛି ଜୀବନ ସେବା ଫାଉଣ୍ଡେଶନଂ . ରାଜଧାନୀର କ୍ୟାପିଟାଲ ହସ୍ପିଟାଲ କ୍ୟାମ୍ପସ ରେ ଜୀବନ ସେବା ଫାଉଣ୍ଡେସନ ତରଫରୁ – ଖୁସି ର ସଣ୍ଡେ ମିଶନ ରେ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି . ସପ୍ତାହାନ୍ତ ସଟ ଡାଉନ କାରଣରୁ କିଛି ରୋଗୀଙ୍କ ସମ୍ପର୍କୀୟ ଏବଂ ଅସହାୟ ଲୋକ ଖାଦ୍ୟ ଅସୁବିଧା ଭୋଗୁଥିବାରୁ , ବରମୁଣ୍ଡା ଅଞ୍ଚଳର ଯୁବକ ମାନେ ଏକଜୁଟ ହୋଇ ସେମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଏପରି ପ୍ରୟାସ କରୁଛନ୍ତି . କଟକଣା ପରିସ୍ଥିତିରେ ଯେପରି କେହି ଭୋକ ରେ ନ ରହିବେ ସେଥିପାଇଁ ଆରମ୍ଭ ହୋଇଛି ଖୁସି ର ସଣ୍ଡେ ମିଶନ . ଏହି କାର୍ଯ୍ୟକ୍ରମ ରେ ହରିଶ ପଟନାୟକ , ଦେବାଶିଷ ପଟନାୟକ , ସମ୍ବିତ ମହାପାତ୍ର ଏବଂ ଫାଉଣ୍ଡେସନ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ .

Leave a Reply

Your email address will not be published. Required fields are marked *