ଝିଂଟିକାପଲି ଗ୍ରାମରେ ଘଟିଥିବା ହତ୍ୟାକାଣ୍ଡର ପର୍ଦ୍ଦାଫାସ କଲା ପୋଲିସ !!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଝିଂଟିକାପଲି ଗ୍ରାମରେ ଗତକାଲି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ଗୁମର ଖୋଲିଛି ପୋଲିସ l ଉକ୍ତ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ହତ୍ୟା ପାଇଁ ବ୍ୟବହୃତ ହୋଇଥିବା ମାରଣାସ୍ତ୍ର ମଧ୍ୟ ଜବତ କରିଛି ପୋଲିସ l ଅଭିଯୁକ୍ତ ଦ୍ଵୟ ହେଲେ ବିକ୍ରମ ନରେନ୍ଦ୍ରସିଂହ ଏବଂ ଦୁଲି ପ୍ରଧାନ l ଏ ନେଇ ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ ସୂଚନା ଦେଇଛନ୍ତି l ଥାନାଧିକାରୀ ଙ୍କ ସୂଚନା ମୁତାବକ ଗତକାଲି ଝୀଂଟିକାପଲି ଗ୍ରାମର ବବିତା ପରିଡା ତାଙ୍କ ସ୍ୱାମୀ କାଁହୁଚରଣ ପରିଡାଙ୍କୁ ଏକାଧିକ ଦୁର୍ବୁତ୍ତ ନିର୍ମମ ଭାବେ ହତ୍ୟା କରିଥିବାର ଲିଖିତ ଅଭିଯୋଗ ବାଣପୁର ଥାନାରେ କରିଥିଲେ l ଏ ନେଇ ବାଣପୁର ପୋଲିସ କେସ ନମ୍ବର 290 / 21 ରେ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା l ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାଣପୁର ଆଇଆଇସି ରଶ୍ମିରଂଜନ ସାହୁ, ଏସଆଇ ରାଜକିଶୋର ବେହେରା ଏବଂ ପ୍ରସନ୍ନ ଜେନା ଉକ୍ତ ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଥିବା ବେଳେ ଚବିଶ ଘଣ୍ଟା ମଧ୍ୟରେ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ସଫଳ ହୋଇଛନ୍ତି l ତେବେ ଉଭୟ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି .

Leave a Reply

Your email address will not be published. Required fields are marked *