ବେଗୁନିଆ ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ମିଡିଆ ହାଉସ ଓ ମାନବ ସୁରକ୍ଷା ସଙ୍ଗଠନ ପକ୍ଷରୁ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ . ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ସାଙ୍ଗଠନିକ ଏକତା ପାଇଁ ନୂତନ ଭାବେ ଗଠିତ ହୋଇଥିବା ବେଗୁନିଆ ମିଡିଆ ହାଉସ ପକ୍ଷରୁ ବୃକ୍ଷ ରୋପଣ ଓ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଗୁନିଆ ଅତିରିକ୍ତ ତହସିଲଦାର ସନାତନ ଆଚାର୍ଯ୍ୟ ବିଶେଷ ଅତିଥି, ବରିଷ୍ଠ ବିଜେପି ନେତା ଗୌର ଚରଣ ପ୍ରହରାଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ସାମ୍ବାଦିକ ମାନଙ୍କ ଏହିଭଳି କାର୍ଯ୍ୟକ୍ରମକୁ ଆଗେଇ ନେବା ପାଇଁ ଉତ୍ସାହିତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବେଗୁନିଆ ମିଡ଼ିଆ ହାଉସ ର ସମସ୍ତ ସଦସ୍ୟ ମାନେ ଯୋଗ ଦେଇଥିଲେ ।
ବେଗୁନିଆ ମିଡିଆ ହାଉସ ଓ ମାନବ ସୁରକ୍ଷା ସଙ୍ଗଠନ ପକ୍ଷରୁ ବନ୍ଧୁ ମିଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ !!!

