ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଅସହାୟ ବୃଦ୍ଧା ଙ୍କୁ ସହାୟତା . ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ବିଧାରପୁର ଗ୍ରାମର ଅପସରା ମହାପାତ୍ର ନାମକ ବୃଦ୍ଧା ପାରିବାରିକ କଳହ ପରେ ନିଜ ଘର ଛାଡ଼ି ବଡକୁଳ ପାନ୍ଥନିବାସ ରୋଡ଼ ସ୍ଥିତ ଗୋଟେ ଛୋଟିଆ ଭଙ୍ଗା କୁଡିଆ ଘରେ ରହୁଛନ୍ତି । ଦୁଇ ଓଳା ଦି ମୁଠା ଖାଇବାକୁ ପାଉନାହନ୍ତି ଉଭୟ ମା ପୁଅ । କିଛି ଦିନ ତଳେ ପୁଅ ନୃସିଂହଙ୍କ ସଡ଼କ ଦୁର୍ଘଟଣାରେ ଗୋଟାଏ ଗୋଡରେ ଗଭୀର ଆଘାତ ଲାଗିଥିଲା । ତେବେ ଅର୍ଥାଭାବ ଯୋଗୁଁ ଗୋଡ଼ର ଚିକିତ୍ସା କରି ପାରୁନାହାନ୍ତି l ଉକ୍ତ ଗୋଡ଼ର କ୍ଷତ ଏବେ କ୍ୟାନ୍ସର ସଦୃଶ ବଢ଼ିବାରେ ଲାଗିଲାଣି । ତେବେ ଏସମ୍ପର୍କରେ ଖବର ପାଇ ଗତକାଲି ବାଣପୁର ର ଏକ ସ୍ବେଛାସେବୀ ଅନୁଷ୍ଠାନ ‘୪୯୯ ଗ୍ରୁପ ଓଡ଼ିଶା’ ଉକ୍ତ ବୃଦ୍ଧା ଏବଂ ତାଙ୍କ ପୁଅଙ୍କ ନିକଟରେ ପହଂଚିଥିଲେ ଏବଂ ଶାଳିଆ ପ୍ରେସ କ୍ଲବ ସହଯୋଗରେ ଉଭୟଙ୍କୁ କିଛି ରାସନ୍ ସାମଗ୍ରୀ, ବସ୍ତ୍ର ଏବଂ ଅର୍ଥ ସହାୟତା କରିଛନ୍ତି । କାର୍ଯ୍ୟକ୍ରମରେ ସଂଗଠନର ସଭାପତି ବବୁଲୁ ରଣା , ଉପସଭାପତି ସୂର୍ଯ୍ୟ ପ୍ରସାଦ ବାରିକ୍ ଏବଂ ଅନ୍ୟାନ ସଦସ୍ୟ ସୁଚିଶ୍ମିତା ସାହୁ, ରାକେଶ ସାହୁ, ବିଜୟ ପରିଡା, ପ୍ରମୋଦ ଏବଂ ଶାଳିଆ ପ୍ରେସ କ୍ଲବ ର ସଭାପତି ଅଜିତ୍ କୁମାର ସାହୁ ଉପସ୍ଥିତ ଥିଲେ ଭବିଷ୍ୟତରେ ମଧ୍ୟ ଉଭୟ ଅସହାୟଙ୍କୁ ସହାୟତା କରିବା ନିମନ୍ତେ ପ୍ରତିଶୃତି ଦେଇଥିଲେ ।
ଅସହାୟ ବୃଦ୍ଧା ଙ୍କୁ ସହାୟତା !!!

