ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ତୈଳ ଦର ବୃଦ୍ଧି ଅନୁଯାୟୀ ସରକାରଙ୍କ ନିର୍ଦ୍ଧାରିତ ଗାଡି ଭଡା ସ୍ଥିର ହୋଇଥିବା ବେଳେ ଖଣି ଅଞ୍ଚଳରେ ଖଣି ମାଲିକ ଓ ଟ୍ରାନ୍ସପୋର୍ଟ ମାଲିକ ମାନେ , ଗାଡି ମାଲିକ ମାନଙ୍କୁ ସଠିକ ପ୍ରାପ୍ୟ ଦେଉ ନଥିବାରୁ ମାଲ ପରିବହନ ଭଡା ବୃଦ୍ଧି ଦାବିରେ ସୁକିନ୍ଦା କ୍ରୋମାଇଟ ଟ୍ରକ ମାଲିକ ସଙ୍ଘ ତରଫରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ଦାବୀ ଉପସ୍ଥାପନା କରାଯାଇଛି . ସଙ୍ଘର ବହୁ ଗାଡି ମାଲିକମାନଙ୍କ ଉପସ୍ଥିତରେ କଳିଙ୍ଗନଗର ଠାରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ସଂଘ ତରଫରୁ ସୂଚନା ଦିଆଯାଇଛି ଯେ , ଯଦି ତୈଳ ଦର ବୃଦ୍ଧି ଅନୁଯାୟୀ ଗାଡି ଭଡା ବୃଦ୍ଧି ନହୁଏ ତେବେ ଆଗାମୀ ଦିନରେ ଗାଡି ମାଲିକ ମାନେ ଖଣି ମାଲିକ ଓ ଟ୍ରାନ୍ସପୋର୍ଟ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବେ ।
ସୁକିନ୍ଦା ଟ୍ରକ ମାଲିକ ସଙ୍ଘ ତରଫରୁ କଳିଙ୍ଗନଗର ଠାରେ ସାମ୍ବାଦିକ ସମ୍ମିଳନୀ !!!

