ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ କାଙ୍କଡ଼ପାଳ ଛକ ପାଖ ମୁଖ୍ୟ ରାସ୍ତାରେ ସଡକ ଦୁର୍ଘଟଣା . ଅଜଣା ଗାଡି ଧକ୍କାରେ ଆହତ ହୋଇ ଗର୍ଭବତୀ ମହିଳା ସୁକିନ୍ଦା ମେଡିକାଲ ରେ ଭର୍ତ୍ତି ହୋଇଥିବାର ସୂଚନା ମିଳିଛି . କୋଳିପୋସି ଗ୍ରାମର ସୁରେଶ ସିର୍କା ନିଜ ସ୍ତ୍ରୀଙ୍କୁ ଧରି ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ସାଇଟ ମାରିବାରୁ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡରେ ପଡି ଯାଇଥିଲା . ଦୁର୍ଘଟଣାରେ ସୁରେଶ ସିର୍କା ଆହତ ହେବା ସହିତ ତାଙ୍କର ପତ୍ନୀ ବିନି ସିର୍କା ଗର୍ଭବତୀ ଥିବାରୁ ସେ ମଧ୍ୟ ରାସ୍ତାରେ ପଡି ଗଭୀର ଆଘାତ ପାଇଥିଲେ .ସ୍ଥାନୀୟ କାଙ୍କଡ଼ପାଳ ଗ୍ରାମର କିଛି ଯୁବକ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଆହତ ଗର୍ଭବତୀ ମହିଳା ବିନି ସିର୍କା ଓ ତାଙ୍କ ସ୍ୱାମୀ ସୁରେଶ ସିର୍କାଙ୍କୁ ଡାକ୍ତରଖାନା ପଠାଇଥିଲେ . ଉଭୟଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଆହତ ଗର୍ଭବତୀ ମହିଳା ବିନି ସିର୍କା ଓ ସୁରେଶ ସିର୍କାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୁଚନା ଦେଇଛନ୍ତି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ।
ଅଜଣା ଗାଡି ଧକ୍କାରେ ଗର୍ଭବତୀ ମହିଳା ଆହତ !!!

