ଗିରଫ ହେଲା ମଦ ମାଫିଆ ସଞ୍ଜୟ ଖୁଣ୍ଟିଆ ।

Spread the love

ମାହାଙ୍ଗା ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ସାମ୍ବାଦିକ କୁ ଆକ୍ରମଣ କରିବା ପଡ଼ିଗଲା ମହଙ୍ଗା । ଆଜି ସକାଳେ କିଶୋରନଗର ପୋଲିସ୍ ଓ ମାହାଳ ହାଟ ପୋଲିସ୍ ମିଳିତ ଭାବେ ଚଢ଼ାଉ କରି ଗିରଫ କରିଛନ୍ତି ମଦ ମାଫିଆ ସଞ୍ଜୟ ଖୁଣ୍ଟିଆ କୁ । ଗତ ଦୁଇ ଦିନ ତଳେ କାର୍ଯ୍ୟରତ ଦୁଇ ସାମ୍ବାଦିକ ଙ୍କୁ କରିଥିଲା ଆକ୍ରମଣ କୁଖ୍ୟାତ ମଦ ବ୍ୟବସାୟୀ ସଞ୍ଜୟ ଖୁଣ୍ଟିଆ । ଏ ନେଇ ୨୯ ତାରିଖ ଦିନ କିଶୋରନଗର ଥାନା ରେ ଏତାଲା ଦାୟର ହୋଇଥିଲା । ତେବେ ଆଜି ସକାଳୁ ପୋଲିସ ଗିରଫ କରିଛି ଅଭିଯୁକ୍ତ ସଞ୍ଜୟ ଖୁଣ୍ଟିଆ କୁ । ସୂଚନା ଅନୁସାରେ , ନିଶ୍ଚିନ୍ତ କୋଇଲି ବ୍ଲକ୍ ବାବୁଜଙ୍ଗ ଗ୍ରାମ ପଞ୍ଚାୟତ ର ସଞ୍ଜୟ ଖୁଣ୍ଟିଆ ଓରଫ ମଙ୍ଗୁ ର ଚୋରା ମଦ କାରବାର ଓ ଦବଙ୍ଗଗିରି ର ମାତ୍ର ଅଧିକ ହେବାରୁ ତାର ପର୍ଦ୍ଦାଫାଶ କରି ଖବର ପ୍ରସାରଣ ସହିତ ତାର କଳା ସାମ୍ରାଜ୍ୟ କୁ ପ୍ରଶାସନ ନଜର କୁ ଆଣିଥିଲେ କାର୍ଯ୍ୟରତ ସାମ୍ବାଦିକ ଶୁଭକାନ୍ତ ସ୍ୱାଇଁ ଓ ବିଶ୍ୱଜିତ୍ ସାହୁ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଉଭୟ ସାମ୍ବାଦିକଙ୍କୁ ଆକ୍ରମଣ କରିବା ସହିତ ହତ୍ୟା ଧମକ ଦେଇଥିଲା ମଦ ମାଫିଆ ସଞ୍ଜୟ . ଘଟଣାକୁ ନେଇ ଥାନାରେ ଏତଲା ହେବା ପରେ କିଶୋରନଗର ପୋଲିସ ର ଏଭଳି କାର୍ଯ୍ୟ କୁ ବିଭିନ୍ନ ବୁଦ୍ଧିଜୀବୀ ଓ ସାମ୍ବାଦିକ ସଂଘ ପକ୍ଷରୁ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *