ରାୟଗଡା ( ଆୱାଜ ମିଡ଼ିଆ ) – ଆଲୋକ ମହାରଣା : ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ରାୟଗଡ ବ୍ଲକ ଗସ୍ତ କରି ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି l ବାଇସିଂ ଗ୍ରାମପଂଚାୟତ ଗସ୍ତ କରି ସେଠାରେ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଗସ୍ତ କରି ଛାତ୍ର ଛାତ୍ରୀ ମାନଙ୍କ ସହିତ ଆଲୋଚନା କରି ପାଠର ଶିକ୍ଷଣୀୟ ସ୍ତର କେତେଦୂର ଅଗ୍ରଗତି ହେଇଛି ତାହା ପଚାରି ବୁଝିଥିଲେ l ବିଦ୍ୟାଳୟକୁ ଆସୁ ନଥିବା ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇ ସୁଝାଈ ବିଦ୍ୟାଳୟକୁ ଆଣିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ l ଛାତ୍ର ଛାତ୍ରୀ ମାନଙ୍କୁ ୟୁନିଫର୍ମ ପୋଷାକ ପ୍ରଦାନ କରିଥିଲେ l ଏହାପରେ ବିଦ୍ୟାଳୟର ଡାଇନିଂ ହଲ ବୁଲି ଦେଖିଥିଲେ ଓ ଏହାକୁ ଶୀଘ୍ର ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ l ପରବର୍ତ୍ତୀ ପରିଦର୍ଶନ ସମୟରେ ଛାତ୍ର ଛାତ୍ରୀ ମାନେ ଯେପରି ପଣକିଆ, ଗଣନ ସଂଖ୍ୟା ଓ ବର୍ଣ୍ଣମାଳା ଜାଣିଥିବେ ସେଥିପାଇଁ ଶିକ୍ଷକ ଶିକ୍ଷତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଗୋପୀ ନାମକ ଯୁବକ ମାଗଣାରେ ଗ୍ରାମରେ ଶିକ୍ଷାଦାନ କରୁଥିବା କଥାଶୁଣି ଜିଲ୍ଲାପାଳ ପ୍ରଶଂସl କରିଥିଲେ l ଏହାପରେ ବାଇସିଂ ଗ୍ରାମକୁ ଯାଇ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ଆଲୋଚନା କରି କିପରି ସେମାନେ ସ୍ୱାବଲମ୍ବୀ ହେଇ ପାରିବେ ସେମାନଙ୍କୁ ପରାମର୍ଶ ଦେଇଥିଲେ l ଵ୍ୟାଙ୍କ ଲୋନ ନେଇ କୌଣସି ଏକ ଉଦ୍ୟୋଗ ଯଥା ଛେଳି, କୁକୁଡ଼ା ପାଳନ ଓ ତେନ୍ତୁଳୀ ବ୍ୟବସାୟ କରିବାକୁ ପରାମର୍ଶ ଦେଇଥିଲେ l ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଉଚରଣ ନାୟକ, ସହକାରୀ ଯନ୍ତ୍ରୀ ଦୈତାରୀ ଟୁଡୁ, ମିଶନ ଶକ୍ତି ସଂଯୋଜକ ପ୍ରମୁଖ ଉପସ୍ଥିତ ଥିଲେ l
ରାୟଗଡା ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ର ଅନୁଧ୍ୟାନ କଲେ ଜିଲ୍ଲାପାଳ l

