ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ପଲଟନ ପଡ଼ିଆ ଯିବା ରାସ୍ତାରେ ମୁଣ୍ଡ ଉପରେ ଝୁଲି ରହିଛି ବିପଦ . ରାସ୍ତା ର ଦୁଇପାର୍ଶ୍ଵରେ ଥିବା ପୁରୁଣା ବିରାଟକାୟ ବରଗଛ ଏବେ ବିପଦ ଜନକ ଅବସ୍ଥାରେ ରହିଛି . ସେ ରାସ୍ତା ଦେଇ କେତେ ଯେ ଲୋକ ଯାତାୟତ କରୁଛନ୍ତି , କୌଣସି ସମୟରେ ଘଟିପାରେ ଅଘଟଣ . ବିଗତ ଦିନରେ ଜଣେ ବ୍ୟକ୍ତି ମାର୍କେଟ କୁ ପରିବା କିଣିବାକୁ ଆସୁଥିବା ସମୟରେ ହଠାତ ରାସ୍ତାକଡ଼ରେ ଥିବା ବରଗଛ ରୁ ଏକ ବଡ ଶୁଖିଲା ଡାଳ ତାଙ୍କ ମୁଣ୍ଡ ରେ ପଡ଼ିଥିଲା . କିଛିଦିନ ସେ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ . ବାରମ୍ବାର ଅଘଟଣ ଘଟିବା ପରେ ସୁଦ୍ଧା ସ୍ଥାନୀୟ ପ୍ରଶାସନ ଙ୍କୁ ଜଣେଇବା ସତ୍ତ୍ୱେ କିଛି ପଦକ୍ଷେପ ଗ୍ରହଣ କରାଯାଉନାହିଁ .
ବିପଦଜନକ ଅବସ୍ଥାରେ ପୁରୁଣା ବିରାଟକାୟ ବରଗଛ ।।

