ମାରୱାଡି ମହିଳା ସମିତିର ନିଆରା ପ୍ରୟାସ : ନେତ୍ରଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିଭିନ୍ନ ସମାଜ କଲ୍ୟାଣକାରୀ କାମରେ ନିଜକୁ ଯୋଡି ରଖିଥିବା ମାରୱାଡି ମହିଳା ସମିତି ଆରମ୍ଭ କରିଛି ନିଆରା ପ୍ରୟାସ . ସଂଗଠନର ସଦସ୍ୟ ମାନେ ନିଜସ୍ୱ ଉଦ୍ୟମରେ ଆୟୋଜନ କରୁଛନ୍ତି ନେତ୍ରଦାନ ପାଇଁ ସଚେତନତା କାର୍ଯ୍ୟକ୍ରମ . ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମ ଅବସରରେ ଲୋକଙ୍କୁ ନେତ୍ରଦାନ କରିବା ପାଇଁ ଉତ୍ସାହିତ କରୁଛନ୍ତି . ମୃତ୍ୟୁ ପରେ ମଧ୍ୟ ମନୁଷ୍ୟର ଚକ୍ଷୁ ଅନ୍ୟକୁ ଦୁନିଆ ଦେଖିବା ପାଇଁ ସାହାଯ୍ୟ କରି ପାରିବ , ଏହି ବାର୍ତ୍ତା କୁ ଲୋକଙ୍କ ପାଖରେ ପହଞ୍ଚାଇ ନେତ୍ରଦାନ ପାଇଁ ପଞ୍ଜୀକରଣ କରିବାକୁ ସଚେତନତା ସୃଷ୍ଟି କରିବା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କହିଛନ୍ତି ମାରୱାଡି ମହିଳା ସମିତିର ଅଧ୍ୟକ୍ଷା ରେଖା ଅଗ୍ରୱାଲ .

ରାଜଧାନୀର ଖଣ୍ଡଗିରି ନିକଟସ୍ଥ କସ୍ମୋପଲିସ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗଠନ ପକ୍ଷରୁ ନେତ୍ରଦାନ ପାଇଁ ସଚେତନ କରାଯାଇଥିଲା . ଆୟୋଜିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷା ରେଖା ଅଗ୍ରୱାଲ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ନେତ୍ରଦାନ ସମ୍ପର୍କିତ ବାର୍ତ୍ତା ପ୍ରଦାନ ସହିତ , ନେତ୍ରଦାନ ପାଇଁ ପଞ୍ଜୀକରଣ ବଢିଲେ ଅନ୍ଧତ୍ୱ ଦୂରୀକରଣରେ ଏହା ପ୍ରମୂଖ ଭୂମିକା ଗ୍ରହଣ କରିବ ବୋଲି ମତବ୍ୟକ୍ତ କରିଥିଲେ . ସୂଚନା ଯୋଗ୍ୟ , ବିଗତ ଦିନରେ ମାରୱାଡି ମହିଳା ସମିତି ତରଫରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ସହିତ ଦିବ୍ୟାଙ୍ଗ ମାନଙ୍କୁ କୃତିମ ଅଙ୍ଗ ପ୍ରଦାନ ପାଇଁ ଶିବିର ଆୟୋଜନର ଯୋଜନା କରାଯାଇଛି . କସ୍ମୋପଲିସ କ୍ୟାମ୍ପସରେ ଆୟୋଜିତ ନନ୍ଦୋତ୍ସବ କାର୍ଯ୍ୟକ୍ରମରେ ନେତ୍ରଦାନ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରି ଉପସ୍ଥିତ ଲୋକମାନଙ୍କୁ ନେତ୍ରଦାନ ର ମହତ୍ତ୍ୱ ଏବଂ ପଦ୍ଧତି ସମ୍ପର୍କରେ ବାର୍ତ୍ତା ପ୍ରଦାନ କରାଯାଇଛି .

ମାରୱାଡି ମହିଳା ସମିତିର ସଦସ୍ୟ ମାନେ ବିଭିନ୍ନ ପ୍ଲାକାର୍ଡ଼ ଧରି , ସ୍ଲୋଗାନ ଦେଇ ସଚେତନତା କରିବା ସହିତ ନେତ୍ରଦାନ ପାଇଁ ସାମୁହିକ ଶପଥପାଠ କରିଥିଲେ . ଉପସ୍ଥିତ ଅନ୍ୟ ନିମନ୍ତ୍ରିତ ବ୍ୟକ୍ତିମାନେ ଏପରି ପ୍ରୟାସକୁ ସମର୍ଥନ କରିବା ସହିତ ମାରୱାଡି ମହିଳା ସମିତିକୁ ସାଧୁବାଦ ଜଣାଇଛନ୍ତି .

Leave a Reply

Your email address will not be published. Required fields are marked *