ନାବାଳିକା ଚାଲାଣ ବେଳେ ଗ୍ରାମବାସୀ ଙ୍କ ଦ୍ୱାରା ଦୁଇ ଅଟକ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ହଦ ଗାଁ ର ୬ଜଣ ନାବାଳିକାକୁ ଚାଲାଣ ବେଳେ କୁର୍ତ୍ତମଗଡ଼ ଗ୍ରାମବାସୀ ଙ୍କ ଦ୍ୱାରା ଧରାପଡ଼ି ଅଟକ ଥିବା ଜଣାପଡିଛି l ଘଟଣାରୁ ପ୍ରକାଶ ଯେ, ୫ହଜାର ଟଙ୍କା ପ୍ରଲୋଭନ ଅର୍ଥ ଦେଖାଇ ଗଞ୍ଜାମ ଜିଲ୍ଲା ତାରାସିଂ ଗ୍ରାମର ଲତା ବେହେରା ନାମକ ଜଣେ ମହିଳା ଓ ପୁରୁଷୋତ୍ତମପୁର ଥାନା ପାଟଣାପଲ୍ଲୀ ଗ୍ରାମର ଜଣେ ପୁରୁଷ ମନୋଜ ସେଠୀ ରବିବାର ସକାଳେ କୋଟଗଡ ଥାନା ହଦ ଗାଁ ରୁ କୁର୍ତ୍ତମଗଡ଼ ପର୍ଯ୍ୟନ୍ତ ଏକ ଅଟୋ ରେ ଆଣି ସେଠାରୁ ଯେ କୌଣସି ଯାତ୍ରୀବାହୀ ବସ ରେ ଚୋରାରେ ନେବା ପାଇଁ ବସକୁ ଅପେକ୍ଷା କରିଥିବା ବେଳେ କୁର୍ତ୍ତମଗଡ ପଞ୍ଚାୟତ ଗାଁ ଲୋକେ କୌଣସି ସୂତ୍ରରୁ ଖବର ପାଇ କାବୁ କରି ପଞ୍ଚାୟତ କାର୍ଯ୍ୟାଳୟ କୁ ଆଣି ବିଭାଗୀୟ ଅଧିକାରୀ ଙ୍କୁ ଖବର ଦେଇଥିଲେ l

ଦୀର୍ଘ ସମୟ ଧରି ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ପହଂଚି ନ ଥିଲା । ଖବର ପାଇ ତୁମୁଡ଼ିବନ୍ଧ ବିଡ଼ିଓ ରୀନା ପ୍ରଧାନ ଓ ସିଡିପିଓ ପ୍ରତିମା ପ୍ରଧାନ ପହଂଚି ଗ୍ରାମବାସୀ ଙ୍କୁ ବୁଝାସୁଝା କରି ପରିସ୍ଥିତିକୁ ଆୟତ୍ତଧୀନ କରି ଚାଲାଣ କାରୀ ଦ୍ବୟ ଙ୍କୁ ଥାନାକୁ ନେଇ ପଚରା ଉଚରା କରିବା ସହ ଉକ୍ତ ୬ ଜଣ ନାବାଳିକା ଙ୍କୁ ପ୍ରଶାସନ ତରଫରୁ ସେମାନଙ୍କ ଗ୍ରାମରେ ପହଞ୍ଚାଇବା ବ୍ୟବସ୍ଥା କରିବା ସହ ତଦନ୍ତ ଅବ୍ୟାହତ ଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *