ସାଲେପୁର ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଗୁରୁ ପ୍ରତିଭା ସମ୍ମାନ ସମିତି ଟାଙ୍ଗି ଆନୁକୂଲ୍ୟ ରେ ସାଲେପୁର ହାଇସ୍କୁଲ ଅଡ଼ିଟୋରିମ ଠାରେ ଅନୁଷ୍ଠିତ ହୋଇଯାଇଛି ଗୁରୁ ପ୍ରତିଭା ସମ୍ମାନ ସମାରୋହ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଅତିଥିଭାବେ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଶିକ୍ଷା ର ବିକାଶ କ୍ଷେତ୍ର ରେ ସାଲେପୁର ମାଟିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିବା ସହିତ ସାଲେପୁର ମାଟିର ପ୍ରଥମ ଗ୍ରାଜୁଏଟ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଗୁଣାବଳୀ ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଥିବା ବେଳେ ଅନ୍ୟତମ ଅତିଥି ଭାବେ ଆତ୍ମାର ସଭାପତି ଦିଲିପ ଦାସ ଉପସ୍ଥିତ ରହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଜ୍ୟୋତିରେଖା ନାୟକ ଯୋଗଦେଇ ଗୁରୁଦିବସର ତାର୍ପଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଉତ୍ସଵରେ ବିଇଓ ଜଗବନ୍ଧୁ ଶତପଥି ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଶିକ୍ଷକତା କ୍ଷେତ୍ରରେ ଅବଦାନ ପାଇଁ ୩୦ ଜଣ ପ୍ରତିଭା ଙ୍କୁ ମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ।
ଗୁରୁ ପ୍ରତିଭା ସମ୍ମାନ ସମାରୋହ !!!

