ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଖଣ୍ଡପଡା ବ୍ଲକର ବନମାଳୀପୁର ପଞ୍ଚାୟତ ଯଦୁନାଥପୁର ଗ୍ରାମର ଡ଼ାକ୍ତର ତପସିନୀ ତ୍ରିପାଠୀ ଙ୍କର କରୋନା ସଂକ୍ରମଣରେ ଗତ ୬ ତାରିଖରେ ଅକାଳ ମୃତ୍ୟୁ ହୋଇଥିବା ଜଣାଯାଇଛି । ଗତ କିଛି ଦିନ ତଳେ ସେ ସଂକ୍ରମିତ ହୋଇଥିବା ପରିବାର ବର୍ଗଙ୍କ ସୁତ୍ରରୁ ଜଣାପଡିଛି । ଆଶୁ ଚିକିତ୍ସା ନିମନ୍ତେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ସ୍ୱର୍ଗତା ତ୍ରିପାଠୀ ଚର୍ମରୋଗ ବିଶେଷଜ୍ଞ ଭାବେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ । ତାଙ୍କ ବିୟୋଗରେ ସମଗ୍ର ଖଣ୍ଡପଡା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି । ନିଜ ଜୀବନକୁ ବାଜି ଲଗାଇ ରୋଗୀ ସେବାରେ ବ୍ରତୀ ଥିବା ଉକ୍ତ ମହିଳା ଡ଼ାକ୍ତରଙ୍କୁ ରାଜ୍ୟ ସରକାର କୋଭିଡ ଯୋଦ୍ଧ ଭାବେ ଘୋଷଣା କରି ମୃତକଙ୍କ ପରିବାର ବର୍ଗଙ୍କୁ ଆନୁସଙ୍ଗିକ ସହାୟତା ରାଶି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।