କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରାଜ୍ୟ ସରକାର ଙ୍କ କାଳିଆ ଯୋଜନା ପରି ବଳରାମ ଯୋଜନା ର ସଫଳ ରୂପାୟନ ନିମନ୍ତେ ପ୍ରତ୍ୟକ୍ଷ ଭାବେ ଚେଷ୍ଟିତ ହୋଇଛନ୍ତି ପାଟକୁରା ବିଧାୟିକ ସାବିତ୍ରୀ ଅଗ୍ରୱାଲ । ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ ବ୍ଲକ ର ମୁକୁନ୍ଦପୁର ପଞ୍ଚାୟତରେ ବଳରାମ ଯୋଜନା ଅନ୍ତର୍ଗତ ଗୋଷ୍ଠୀ ମାଧ୍ୟ୍ୟମ ରେ କୃଷି ସହାୟତା ରାଶି ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଧାୟିକ ସାବିତ୍ରୀ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସାଧାରଣ ଲୋକଙ୍କ ପାଇଁ ସୁଚିନ୍ତିତ ବଳରାମ ଯୋଜନା ଯୋଜନା ର କିପରି ସଫଳ ରୂପାୟନ ହୋଇପାରିବ ସେ ନେଇ ନିଜ ମତ ପରିପ୍ରକାଶ କରିଥିଲେ। ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ତଥା ବିଧାୟିକଙ୍କ ପୁତ୍ର ସଞ୍ଜୟ ଅଗ୍ରୱାଲ ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ବଳରାମ ଯୋଜନା ରେ କେନ୍ଦ୍ରାପଡ଼ା ସମେତ ଡେରାବିଶ ବ୍ଲକ ଦ୍ୱାରା ଉପକୃତ ହେବାକୁ ଯାଉଥିବା ସାଧାରଣ ଲୋକ ଙ୍କ ବିବରଣୀ ପ୍ରକାଶ କରିଥିଲେ । ଡେରାବିଶ ବ୍ଲକ ବି.ଡି.ଓ ଉକ୍ତ କାର୍ଯ୍ୟକ୍ରମ ରେ ନିଜ ଅଭିଭାଷଣ ରେ କହିଥିଲେ ଯେ ଏହି ଯୋଜନା ରେ ଚାଷୀ ଉପକୃତ ହେବା ପାଇଁ ରାଜ୍ୟ ସରକାର ଙ୍କ ଦ୍ୱାରା କେନ୍ଦ୍ରାପଡା ରେ ତିରିଶ କୋଟି ଟଙ୍କା ଅନୁମୋଦିତ ହୋଇଥିବା ବେଳେ କେବଳ ଡେରାବିଶ ବ୍ଲକ ରେ ସାଢେପାଞ୍ଚ କୋଟି ଟଙ୍କା ଅନୁମୋଦନ ହୋଇଛି l କୋଭିଡ କଟକଣା କୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚଙ୍କ ଚେଷ୍ଟାରେ ଓ ଡେରାବିଶ ବ୍ଲକ ଡିଜେଡି ସଭାପତି ଦେବାଶିଷ ଆଚାର୍ଯ୍ୟ, ଆତ୍ମା ଅଧକ୍ଷ ଗଣେଶ୍ୱର ବେହରା, ପ୍ରମୋଦ ରଥ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ l
ଗୋଷ୍ଠୀ ମାଧ୍ୟମରେ କୃଷି ସହାୟତା ରାଶି ବଣ୍ଟନ ମେଳା ଅନୁଷ୍ଠିତ ।

