ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ପ୍ରେସ ଫୋରମର ଏକ ବୈଠକ ଅନୁଷ୍ଠାନର କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଯାଜପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଜୟ ନାରାୟଣ ମହାପାତ୍ର ଯୋଗଦେଇ ସାମ୍ବାଦିକ ମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଅବତାରଣା କରିବା ସହ ସାମ୍ବାଦିକ ମାନେ ନିର୍ଭୀକ ଭାବେ ସତ୍ୟ ସମ୍ବାଦ ପରିବେଷଣ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ l ପ୍ରେସ ଫୋରମର ସଭାପତି ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର ଏଥିରେ ଅଧ୍ୟକ୍ଷତା କରି ସାମ୍ବାଦିକ ମାନଙ୍କର ସମ୍ବାଦ ପରିବେଷଣର ଶୈଳୀ ଓ ସତ୍ୟ ସମ୍ବାଦ ପରିବେଷଣ ଉପରେ ଗୁରୁତ୍ୱ ଆରୋପ କରି ଜନସାଧାରଣଙ୍କ ସମସ୍ୟା ସମ୍ପର୍କରେ ଅନୁସନ୍ଧାନ ମୂଳକ ସମ୍ବାଦ ପରିବେଷଣ କଲେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ ବୋଲି ସାମ୍ବାଦିକ ମାନଙ୍କୁ ବାର୍ତ୍ତା ଦେଇଥିଲେ l ଆୟୋଜିତ ବୈଠକରେ ସାମ୍ବାଦିକ ଅଂଶୁମାନ ବେହୁରା, ଦୟାନିଧି ମହାନ୍ତ, କୃତ୍ତିବାସ ଭଞ୍ଜ ପ୍ରମୁଖ ଉଦବୋଧନ ଦେଇ ଚତୁର୍ଥ ସ୍ତମ୍ଭର ମର୍ଯ୍ୟାଦା ରକ୍ଷା ପାଇଁ କୌଣସି ଚାପ କିମ୍ବା ପ୍ରଲୋଭନର ବଶବର୍ତ୍ତୀ ନହୋଇ ସତ୍ୟ ସମ୍ବାଦ ପରିବେଷଣ କରିବା ଆବଶ୍ୟକ ବୋଲି ମତ ବ୍ୟକ୍ତ କରିଥିଲେ । ପ୍ରେସ ଫୋରମର ଆବାହକ ସାମ୍ବାଦିକ ଜିଜ୍ଞାଂଶୁ ସାହୁ ପ୍ରାରମ୍ଭିକ ସୂଚନା ଦେଇ ପ୍ରେସ ଫୋରମ ଗଠନର ଆବଶ୍ୟକତା ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ , ଫୋରମର ସଦସ୍ୟ ସୁଶାନ୍ତ ମଲ୍ଲିକ, ଉମାକାନ୍ତ ମହାପାତ୍ର, ସନ୍ତୋଷ କୁମାର ପରିଡା, ହୃଦେଶ ରଞ୍ଜନ ନାୟକ, ସୁଶୀଲ କୁମାର ମହାନ୍ତ, ପପୁ ମଲ୍ଲିକ, ଯଯାତି ପଟ୍ଟନାୟକ, ସିପକ ସାହୁ, ହାବିତ ଖାଁ, ମୃତ୍ୟୁଞ୍ଜୟ ଦେଓ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ l ଶେଷରେ ସାମ୍ବାଦିକ ଚକ୍ରଧର ମହାଳିକ ଧନ୍ୟବାଦ ଅର୍ପଣ କରିଥିଲେ l
ସୁକିନ୍ଦା ପ୍ରେସ ଫୋରମ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ !!

