ଲଗାଣ ବର୍ଷାରେ ଭାଙ୍ଗିଲା ମାଟି କାନ୍ଥ : ଅଳ୍ପକେ ବର୍ତ୍ତିଲେ ବୃଦ୍ଧା !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି ଲଘୁଚାପ ଜନିତ ବର୍ଷାର ପ୍ରଭାବ . ନୂଆଗାଁ ବ୍ଳକ୍ କପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ର ସୀମା ଗ୍ରାମରେ ଲଗାଣ ବର୍ଷା ପ୍ରଭାବରେ ମାଟି କାନ୍ଥ ଭାଙ୍ଗି ଯାଇଥିବା ସମୟରେ ଅଳ୍ପକେ ବର୍ତ୍ତି ଲେ ବୃଦ୍ଧା . ସୂଚନା ଅନୁସାରେ ହେମ ବେୱା ନାମକ ବୃଦ୍ଧା ନିଜ ଘରେ ରାତିରେ ଶୋଇଥିବା ବେଳେ ମଧ୍ୟ ରାତ୍ର ରେ ଘରର ମାଟି କାନ୍ଥ ଭାଙ୍ଗି ଯାଇ ତାଙ୍କ ଉପରେ ପଡ଼ିଥିଲା । ଶବ୍ଦ ଶୁଣି ପରିବାର ର ଅନ୍ୟମାନେ ଉଠି ବୁଢୀ ମା କୁ ଉଦ୍ଧାର କରିଥିଲେ । ହେମ ବେୱା ଙ୍କର ପକା ଘରଟିଏ ନଥିବାରୁ ବିପଦଜନକ ଭାବରେ ଥିବା ଭଙ୍ଗ ମାଟି ଘରେ ରହୁଛନ୍ତି . ସରକାର ଙ୍କ ଯୋଜନା ଅନୁଯାୟୀ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଗଲେ , ସେ ନିରାପଦରେ ରହିପାରନ୍ତେ ବୋଲି ପ୍ରକାଶ କରିଛନ୍ତି ।।

Leave a Reply

Your email address will not be published. Required fields are marked *