ଢେଙ୍କାନାଳ ଜିଲ୍ଲାପାଳଙ୍କ କୋଭିଡ ପରିଚାଳନା ସମୀକ୍ଷା !!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ଜିଲ୍ଲା କାର୍ଯ୍ୟ।ଳୟସ୍ଥ ଓସ୍ଵାନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ଼ା ପରିଚାଳନାର ସମୀକ୍ଷା କରିଛନ୍ତି । ଜିଲ୍ଲାର ସମସ୍ତ ହାଇସ୍କୁଲ ଶିକ୍ଷକ , ଶିକ୍ଷୟତ୍ରୀ ଓ କର୍ମଚାରୀ ମାନଙ୍କର ଅଗ୍ରାଧିକାର ଭିଭିରେ ଆଣ୍ଟିଜେନ ଏବଂ ଆଇଟି ପିସିଆର ଟେଷ୍ଟ କରିବା ସହିତ ସେମାନଙ୍କର ଟୀକାକରଣ କରିବାକୁ ଜିଲ୍ଲାପାଳ ବିଡ଼ିଓ , ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଶିକ୍ଷା ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱତନ୍ତ୍ର ଅଭିଯାନ ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଯାନ ଚାଳକ ମାନଙ୍କର ଆଣ୍ଟିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ପର୍ବ ପର୍ବାଣୀ ଶେଷ ହେବା ପର୍ଯ୍ୟନ୍ତ ଡିସେମ୍ବର ମାସ ଯାଏ କୋଭିଡ ପ୍ରୋଟୋକଲ ଅନୁପାଳନର ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରିବା ସହିତ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । ଗ୍ରାମବାସୀ ମାନେ ଯେପରି ସ୍ୱତଃ ପ୍ରବୃତ ଭାବେ ଆଣ୍ଟିଜେନ, ଆରଟି ପିସିଆର ଟେଷ୍ଟିଙ୍ଗ ଏବଂ ଟୀକାକରଣ ପାଇଁ ଆଗେଇ ଆସିବେ ସେଥିପାଇଁ ବିଡିଓ , ତହସିଲଦାର , ସରପଞ୍ଚ ମାନେ ସେମାନଙ୍କୁ ପ୍ରବର୍ତ୍ତାଇବା ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

ତୃତୀୟ ଲହରର ଉଚିତ ମୁକାବିଲା ନିମନ୍ତେ କୋଭିଡ ପରିଚାଳନାରେ ସମ୍ପୃକ୍ତ ସମସ୍ତ ଅଧକାରୀ ଓ କର୍ମଚାରୀ ମାନେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି । ସମ୍ପ୍ରତି ଲଘୁଚାପ ବର୍ଷାକୁ ଯୋଗୁଁ କେହି ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି , ସେଥିପ୍ରତି ଦୃଷ୍ଟି ଦେଇ ଶୁଖୁଲା ଖାଦ୍ୟ , ପଲିଥନ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖ୍ ଆବଶ୍ୟକ ସ୍ଥଳେ ତୁରନ୍ତ ଯୋଗାଇ ଦେବାକୁ ଏବଂ ଗର୍ଭବତୀ ମହିଳା ଓ ଶିଶୁ ମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବାକୁ ସେ ବିଡିଓମାନଙ୍କୁ ପରାମର୍ଶ ଦେଇଛନ୍ତି । ବର୍ଷା ଓ ପବନରେ ଗଛ ଓ ତାର ପଡ଼ି ରାସ୍ତା ଅବରୋଧ ହେଲେ ତୁରନ୍ତ ରାସ୍ତା ସଫାକରାଇ ଗମନାଗମନର ସୁବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଛନ୍ତି । ଜିଲ୍ଲାରେ ହେଉଥିବା ଆକ୍ସିଜେନ ଏବଂ ଆରଟି ପିସିଆର ଟେଷ୍ଟ ଓ ଟୀକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧକାରୀ ଡା , ଜ୍ୟୋତିଷ ଚନ୍ଦ୍ର ମହାପାତ୍ର , ଡି.ପି.ଏମ , ଏନଏଚଏମ ସୋନାଲୀ ପ୍ରିୟଦର୍ଶିନୀ ବୈଠକରେ ଅବଗତ କରାଇଛନ୍ତି । ଏହି ଭିସି ସମୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭାରପ୍ରାପ୍ତ ସଦର ଉପଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଶ୍ରୀ ଜୟକୃଷ୍ଣ ନାୟକ , ଆପତକାଳୀନ ଅଧିକାରୀ ଶ୍ରୀ ସ୍ମୃତି ରଞ୍ଜନ ମହାପାତ୍ର , ଜିଲ୍ଲା ଶିକ୍ଷା ଅଧୁକାରୀ ଶ୍ରୀମତୀ ନିବେଦିତା ପାଣି , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନା ରାୟ , ଓସଡମାର ଡି.ପି.ଏମ. ଶ୍ରୀ ନିମାଇଁ ଚରଣ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *