ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରି ଉପ-ଡ଼ାକଘରରେ ବିଏସଏନଲ ଯୋଗାଇ ଦେଉଥିବା ଇଣ୍ଟରନେଟ ସେବା ଦୀର୍ଘ ତିନି ମାସ ହେବ ବନ୍ଦ ହୋଇଯାଇଛି । ଡାକଘରର ସମସ୍ତ କାର୍ଯ୍ୟ ବର୍ତମାନ ଯୁଗରେ ଇଣ୍ଟରନେଟ ଉପରେ ନିର୍ଭର କରୁଥିବାରୁ ଡିପୋଜିଟ, ଟଙ୍କା ଦେଣନେଣ ସହିତ ଅତ୍ୟାଶ୍ୟକୀୟ ସେବାରୁ ବଞ୍ଚିତ ହେବାକୁ ପଡୁଛି । ଏ ନେଇ ଡାକ ଘରର କାର୍ଯ୍ୟ କରିବା ପାଇଁ ଖୋର୍ଦ୍ଧା ଯିବାକୁ ପଡୁଛି । ଏହି ଡାକଘର ଉପରେ ନିର୍ଭର କରୁଥିବା ଗ୍ରାହକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ସମସ୍ୟା ସମ୍ପର୍କରେ ଡାକ ଘର ପରିଚାଳକଙ୍କୁ ପଚାରିବାରୁ ସେ ଏହି ଘଟଣା ସମ୍ପର୍କରେ କହିବାକୁ ସିଧା ସଳଖ ଭାବେ ଅନିଚ୍ଛା ପ୍ରକାଶ କରିଥିଲେ । ଏହି ସମସ୍ୟାଟିକୁ ତୁରନ୍ତ ସମାଧାନ କରିବାକୁ ଗ୍ରାହକ ମାନେ ଦାବି କରିଛନ୍ତି ।
ବାଘମାରି ଉପ-ଡାକଘରେ ଇଣ୍ଟରନେଟ ସେବା ବିଚ୍ଛିନ୍ନ : ଗ୍ରାହକ ହନ୍ତସନ୍ତ !!

