52 total views , 1 views today
ରକ୍ତଦାନ ଶିବିର ଆୟୋଜିତ : ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ମେଧା ବୃତ୍ତି ଘୋଷଣା
ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ହୃଦାନନ୍ଦ ନୋଡାଲ ସ୍କୁଲ ର ପୂର୍ବତନ ଶିକ୍ଷକ ତଥା ବିଶିଷ୍ଟ ବାମପନ୍ଥୀ ଓ ଶିକ୍ଷକ ଆନ୍ଦୋଳନର ନେତା ସ୍ୱର୍ଗତ ନିତ୍ୟାନନ୍ଦ ଦାସ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି l ଏହି ଅବସରରେ ହୃଦାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ସଂସଦ ଦ୍ଵାରା ଓ ବାଲେଶ୍ଵର ରକ୍ତଦାତା ସଂଘ ର ସହଯୋଗରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ ୩୭ ୟୁନିଟ୍ ରକ୍ତ ସଗୃହିତ ହୋଇଥିଲା l ଆୟୋଜିତ ଶ୍ରଦ୍ଧାଞ୍ଜଳୀ ସଭାରେ ସ୍କୁଲର ପୁରାତନ ଛାତ୍ର ସଂସଦ ର ସଭାପତି ଇଞ୍ଜିନିୟର ହୃଷିକେଶ ସାହୁ ସଭାପତିତ୍ୱ କରିଥିଲେ l ବାଲେଶ୍ଵର ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ସ୍କୁଲର ପ୍ରଧାନ ଶିକ୍ଷକ ଲଳିତ କୁମାର ମହାନ୍ତ, ପୂର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ସାହୁ, ତ୍ରିଲୋଚନ ଦାସ ଅଧିକାରୀ, ସମାଜସେବୀ ପ୍ରଶାନ୍ତ ପରିଡ଼ା, ଉନ୍ନୟନର ପ୍ରତିଷ୍ଠାତା ସଦସ୍ୟ ଅନୁପ କୁମାର ବେହେରା , ଖଗେଶ୍ୱର କବି ପ୍ରମୁଖ ବକ୍ତବ୍ୟ ରଖି ନିତ୍ୟାନନ୍ଦ ଦାସଙ୍କ ସ୍ମୃତି ଚାରଣ କରିଥିଲେ l ନିତ୍ୟାନନ୍ଦ ଦାସ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ନିତ୍ୟାନନ୍ଦ ଦାସ ଙ୍କ ପୁତୁରା ତଥା କଂଗ୍ରେସ ର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ପ୍ରତିବର୍ଷ ୧ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ସ୍ୱର୍ଗତ ନିତ୍ୟାନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ମେଧା ବୃତ୍ତି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ l ୧ ରୁ ୫ ମ ପର୍ଯ୍ୟନ୍ତ ବର୍ଷ କୁ ୧୦୦୦ ଟଙ୍କା , ୬ଷ୍ଠ ରୁ ୮ମ ପର୍ଯ୍ୟନ୍ତ ୨୫୦୦ ଟଙ୍କା ଓ ୯ମ ଓ ୧୦ମ ଶ୍ରେଣୀ ପାଇଁ ୨୦୦୦ ଟଙ୍କା ଲେଖାଏଁ ମେଧା ବୃତ୍ତି ଦିଆଯିବ ବୋଲି ଘୋଷଣା କରାଯାଇଛି . ରାସଗୋବିନ୍ଦପୁର ଥାନାର ଆଇ.ଆଇ.ସି ଲୋପାମୁଦ୍ରା ନାୟକ କାର୍ଯ୍ୟକ୍ରମରେ ଯୋଗଦାନ କରି ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରି ନିତ୍ୟାନନ୍ଦ ଦାସ ଙ୍କୁ ଜଣେ ସଫଳ ମଣିଷ ବୋଲି ଅଭିହିତ କରିଥିଲେ ! ଏହି ସଭାରେ ଆମ ଓଡିଶା ସମ୍ବାଦ ର ସାମ୍ବାଦିକ ସତ୍ୟବ୍ରତ ଦାସ, ଇତିଶ୍ରୀ କବି, କବିତା ବେହେରା, ସ୍ନେହଲତା ଦାସ, କଳ୍ପନା କବି ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନ ର ଶୁଚିସ୍ମିତା ସାହୁ, ସାଗରାମ କିସ୍କୁ,ସିଦ୍ଧାର୍ଥ ପାତ୍ର, ପ୍ରୀତିରେଖା ବେହେରା ପ୍ରମୁଖ ସହଯୋଗ କରିଥିଲେ .