ନିଶ୍ଚିତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ଜନାର୍ଦନପୁରରେ ବୋହୁର ବର୍ବର କାଣ୍ଡ . ବୋହୁ ସାଜିଲା ଲେଡି ହିଟଲର . ଆଉ ଲେଡି ହିଟଲରଙ୍କ ସୈନ୍ୟ ସାଜିଲେ ବିଜେଡି ସରପଞ୍ଚ ଙ୍କ ସ୍ୱାମୀ . ଘଟଣା ଟି ଏମିତି , ବୋହୁ ଘର ଭିତରେ ନିଜର ଶାଶୁ ଶଶୁର ପ୍ରତି ଅବହେଳା ଆଚରଣ ଦେଖାଇବା ସହ ନିଜ ଘରର କିଛି କାମ ନକରି ଶାଶୁ ଶଶୁରଙ୍କୁ କାମ କରାଇବା , ଏପରିକି ” ମୋତେ କାମକଥା କହିଲେ ମୁ ଜୀବନ ହlରିଦେବି ” କହି ଶାଶୁ ଶଶୁରଙ୍କୁ ଡରାଇ ରଖିବା . ଏହା ସତ୍ୱେ ବି ନିଜ ବାପା ଭାଇଙ୍କୁ ଡାକି ସରପଞ୍ଚଙ୍କ ସହାୟତାରେ ଆଉ କିଛି ଅସାମାଜିକ ଲୋକଙ୍କୁ ନେଇ ସରପଞ୍ଚ ଙ୍କ ସ୍ୱାମୀ ବିଭୂଭୂଷଣ ନାୟକ , କିଶନନଗର ତହସିଲ ରେ କାର୍ଯ୍ୟରତ ଥିବା ଯଦୁ ମଲିକ ଓ ଅନ୍ୟ ସାଙ୍ଗମାନେ ମିଶି ଗାଳିଗୁଲଜ କରିବା ମାଡ ମାରିବା ଏବଂ ଘରର ଆସବାସ ଜିନିଷ ଭଙ୍ଗାରୁଜା କରିବା, ଆସିଥିବା ଝିଅ ଜ୍ୱାଇଁ ଙ୍କୁ ମାଡ ମାରିବାକୁ ମଧ୍ୟ ପଛାଇନଥିଲେ . ଘଟଣା ସମ୍ପର୍କରେ ସରପଞ୍ଚ ଶ୍ରଦ୍ଧାଞ୍ଜଳି ନାୟକଙ୍କୁ ପଚରାଯିବାରୁ , ସେ କହିଲେ ଏହି କେଶ ମୋ ସ୍ୱାମୀ ବୁଝାସୁଝା କରୁଛନ୍ତି . ତେବେ ସମ୍ପୃକ୍ତ ସରପଞ୍ଚଙ୍କ ସ୍ୱାମୀ ବିଭୁଭୂଷଣ ନାୟକ ମଦ୍ୟପାନ କରିଥିବା ଅବସ୍ଥାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ମୋବାଇଲ ଛଡାଇବାକୁ ଚେଷ୍ଟା କରିଥିଲେ ଏବଂ ଏଠୁ ଶୀଘ୍ର ଚାଲିଜା ବୋଲି ଧମକ ଦେଲେ l ଏଭଳି ପରିସ୍ଥିତି ରେ ଯେଉଁଠି ସାମ୍ବାଦିକ ଅସୁରକ୍ଷିତ ସେଠି ଅଭିଯୋଗକାରୀ ଙ୍କୁ ନ୍ୟାୟ ପ୍ରକୃତ ରେ ମିଳିବ କି ନାହିଁ ତାହା ସବୁଠାରୁ ବଡ ପ୍ରଶ୍ନ . ତେବେ ଘଟଣା ସମ୍ପର୍କରେ ନେମାଳ ଥାନା ଅଧିକାରୀ ଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ .
ହିଟଲର ବୋହୁ ଙ୍କ ସୈନ୍ୟ ସାଜିଲେ ବିଜେଡି ସରପଞ୍ଚ ଙ୍କ ସ୍ୱାମୀ !!

