ତାଳଚେର ଗୋପାଳପୁର ରେଳପଥ ପାଇଁ ଦାବୀପତ୍ର ପ୍ରଦାନ !!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ୧୯୯୦ ମସିହା ରୁ ତାଳଚେର ଠାରୁ ଗୋପାଳପୁର ରେଳପଥ ନିର୍ମାଣ ପାଇଁ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପରିକଳ୍ପନା ଥିଲା । ଦିର୍ଘ ତିରିଶି ବର୍ଷ ବିତି ଯାଇଥିଲେ ମଧ୍ୟ ଯୋଜନା ପାଇଁ ସର୍ଭେ ମଧ୍ୟ ହୋଇ ପାରିନାହିଁ । ସ୍ୱାଧୀନତା ପରଠାରୁ ରେଳ ବିକାଶ କ୍ଷେତ୍ରରେ ଆମ ରାଜ୍ୟ ପଛୁଆ ରାଜ୍ୟ ରୁପେ ପରିଗଣିତ ହେଉଥିବାରୁ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କ୍ଷୋଭ ପ୍ରକାଶ କରିଛନ୍ତି । ତାଳଚେର – ଗୋପାଳପୁର ରେଳପଥ ନିର୍ମାଣ ଦାବି ଅତ୍ୟନ୍ତ ଯଥାର୍ଥ ଏବଂ ଏହି ଦାବି ପ୍ରତି ତାଙ୍କର ସମର୍ଥନ ଥିବା ସଙ୍ଗେସଙ୍ଗେ ଦାବି ପୂରଣ ନିମନ୍ତେ ସମର୍ଥନ ଯୋଗାଡ କରିବେ ବୋଲି ଦୃଢ କଣ୍ଠରେ କହିଥିଲେ ।

ତାଳଚେର – ଗୋପାଳପୁର ରେଳପଥ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ର ଆବାହକ ସମାଜସେବୀ ପ୍ରମୋଦ ପଟ୍ଟନାୟକ , ନିରଞ୍ଜନ ମିଶ୍ର, ବିଶ୍ଵନାଥ ମହାପାତ୍ର ରେଳପଥ ନିର୍ମାଣ ସମ୍ପର୍କିତ ଦାବିପତ୍ର ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ସାହୁଙ୍କ ଜରୀଆରେ ରେଳ ବିଭାଗ ମାନ୍ୟବର ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ତାଳଚେର – ଗୋପାଳପୁର ରେଳପଥ ୨୯୩ କିଲୋମିଟର କାର୍ଯକାରୀ କରାଗଲେ ଅନୁଗୁଳ, ଢେଙ୍କାନାଳ , କଟକ, ନୟାଗଡ଼ ଏବଂ ଗଞ୍ଜାମ ପାଞ୍ଚୋଟି ଜିଲ୍ଲାର ସାମାଜିକ – ଅର୍ଥନୈତିକ, ପର୍ଯ୍ୟଟନ ର ବିକାଶ ହୋଇପାରିବ । ଏହି ପ୍ରକଳ୍ପ ନିମନ୍ତେ ୧୯୯୦ ମସିହାରେ ପ୍ରଥମ ସର୍ଭେ କରାଯାଇ ବ୍ୟୟ ଅଟକଳ କରାଯାଇଥିଲେ ମଧ୍ୟ କାର୍ଯ୍ୟ ର ଅଗ୍ରଗତି ନହେବା ଦୁଃଖ ର ବିଷୟ ବୋଲି କ୍ରିୟାନୁଷ୍ଠାନ କମିଟି ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *