ମା ସିଦ୍ଧି ବାସେଳି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ମା ସିଦ୍ଧି ବାସେଳି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ପୂର୍ବ ପ୍ରସ୍ତୁତି ବୈଠକ . ଢେଙ୍କାନାଳ ସହର ସ୍ଥିତ ଭାଗିରଥି ସାଗରର ପୂର୍ବ ପାର୍ଶ୍ଵରେ ମା ସିଦ୍ଧି ବାସେଳି ପୂଜା ପାଇ ଆସୁଛନ୍ତି . ମା ଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକ ରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇଥିଲେ । ମନ୍ଦିର ସମିତିର ଉପ-ସଭାପତି ନାରାୟଣ ବେହେରା ସଭା ପରିଚାଳନ କରିଥିବା ବେଳେ ଢେଙ୍କାନାଳ ର ୮ ଟି ଯାକ ବ୍ଲକ , ଚାରି ଗୋଟି ଏନଏସି ରୁ ୨ ଜଣ ଲେଖାଏଁ ସଂଯୋଜକ ରହିବା ପାଇଁ ନିଷ୍ପତି ନିଆଯାଇଛି । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ କୈବର୍ତ୍ତ ଜାତିର ପ୍ରମୁଖ ନେତୃ ବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲା ସଭାପତି ରୁଦ୍ରନ୍ତ ଦଳେଇ ମଞ୍ଚ ପରିଚାଳନା କରିଥିଲେ । କୈଳାଶ ଚନ୍ଦ୍ର ସେଠ , ନାରାୟଣ ବେହେରା , ଜିଲ୍ଲାର ପୂର୍ବତନ ଚେୟାରମ୍ୟାନ ରେବତୀ ବେହେରା, ମଦନ ମୋହନ ବେହେରାଙ୍କ ସମେତ 30 ରୁ ଉର୍ଦ୍ଧ୍ଵ କର୍ମକର୍ତ୍ତା ଉପସ୍ଥିତ ଥିଲେ । ପରିଶେଷରେ ମଦନମୋହନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *