ସେନା ଅଧିକାରୀଙ୍କ ଘରୁ ଲୁଟ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହର ଉପକଣ୍ଠ ରେ ଥିବା ବାଜିରାଉତ୍ ଆଇଟିଆଇ ପାଖ ଗଳି ରେ ରହୁଥିବା ଅବସର ପ୍ରାପ୍ତ ସେନା କର୍ମଚାରୀ ରାମଚନ୍ଦ୍ର ମୁକୁଟଙ୍କ ଘରେ ଚୋରି । ଖବର ନେବାରୁ ଜଣାଯାଏ କି ସକାଳ ପ୍ରାୟ ସାଢେ ପାଞ୍ଚଟା ସମୟରେ ଘର ମାଲିକ ମୁକୁଟ ତାଙ୍କ ଘରେ ପାଳନ କରୁଥିବା ଦୁଇ ପୋଷା କୁକୁର ଙ୍କ ସହ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ଏହାର ସୁଯୋଗ ନେଇ କୌଣସି ଚୋର ଶୋଇବା ଘରେ ପଶିଥିଲା । ସେହି ଘରେ ଶ୍ରୀମତୀ ମୁକୁଟ ଶୋଇଥିବା ବେଳେ ଚୋର ତାଙ୍କ ମୁଣ୍ଡକୁ ପ୍ରାୟ ଲାଗି ରହିଥିବା ଡ୍ର ମଧ୍ୟ ରୁ ସମସ୍ତ ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଛି । ଘର ମାଲିକ ଘରେ ପହଞ୍ଚି ଦେଖିଲା ବେଳକୁ ପ୍ରାୟ ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କା ର ସମ୍ପତ୍ତି ଚୋରି ଯାଇଛି । ଘଟଣା ସମ୍ପର୍କରେ ଟାଉନ ଥାନା ପୁଲିସ ଖବର ପାଇ ପହଞ୍ଚି ତଦନ୍ତ ଜାରି ରଖିଛି । ଚୋର ଗଲା ସମୟରେ ତାର ଚପଲ ନ ନେଇ ଅନ୍ୟ ଜଣଙ୍କ ଚପଲ ନେଇ ଫେରାର , ଢେଙ୍କାନାଳ ରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ରୁ ସାଧାରଣରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *