ମହାବିଦ୍ୟାଳୟରେ ଆଡ଼ମିଶନ ଫି ବୃଦ୍ଧି କୁ ଛାତ୍ର ଅଶାନ୍ତି !!!

Spread the love

ଜଗତସିଂହପୁର ( ଆୱାଜ ମିଡ଼ିଆ ) – ସୁନିଲ କୁମାର ଲେଙ୍କା : ଜଗତସିଂହପୁର ଏସଭିଏମ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ନାମଲେଖା ଫି କୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଘୋର ଅଶାନ୍ତି ଦେଖାଦେଇଛି । ଏସ.ଭି.ଏମ କଲେଜ ଜିଲ୍ଲାର ଏକ ପ୍ରତିଷ୍ଠିତ ଓ ପୁରୁଣା କଲେଜ , କିନ୍ତୁ କଲେଜ ପକ୍ଷରୁ ଏଭଳି ନାମଲେଖା ଫି ବୃଦ୍ଧି ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ କଲେଜ ପ୍ରତି ଭରସା ତୁଟିବାକୁ ବସିଲାଣି । ସବୁ ବର୍ଷ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଳା, ବାଣିଜ୍ୟ ଓ ବିଜ୍ଞାନରେ ନାମଲେଖା ପାଞ୍ଚ ହଜାର ଭିତରେ ପଡୁଥିଲା କିନ୍ତୁ ଏ ବର୍ଷ ନାମଲେଖା ବାବଦକୁ ଆଠ ହଜାର ଓ ଆଠହଜାର ପାଞ୍ଚଶହ ଟଙ୍କା ପଡୁଛି । ଯାହା ଫଳରେ ଏଭଳି ଅହେତୁକ ଆଡ଼ମିଶନ ଫି ବର୍ତମାନ କରୋନା ପରିସ୍ଥିତିରେ ଅଭିଭାବକମାନଙ୍କୁ ଘୋର ବାଧୁଛି ବୋଲି ଅଭିଯୋଗ ହେଉଛି । ବର୍ତମାନ ଜିଲାର ସବୁ କଲେଜର ଆଡ଼ମିଶନ ଫି ଚାରି ,ପାଞ୍ଚ ହଜାର ହୋଇଥିବାବେଳେ କିନ୍ତୁ ଏସଭିଏମ କଲେଜର ଆଡମିଶନ ଫି ଆଠ ହଜାର ଉପରକୁ । ଏଭଳି ଆଡ଼ମିଶନ ଫି ବୃଦ୍ଧି ଅଭିଭାବକ ମଧ୍ୟରେ ଘୋର ଅଶାନ୍ତି ସୃଷ୍ଟି କରୁଛି । ସେପଟେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼: ନିରଞ୍ଜନ ବିଶ୍ୱାଳ ପ୍ରକାଶ କରିଛନ୍ତି ଯେ, କଲେଜ କର୍ମଚାରୀମାନଙ୍କ ବେତନ ବୃଦ୍ଧି କରାଯାଇଥିବାରୁ ତାହା ଭରଣା କରିବାକୁ ଆଡ଼ମିଶନ ଫି କୁ ବୃଦ୍ଧି କରିବାକୁ ପଡିଲା । କିନ୍ତୁ ଏଭଳି ଫି ବୃଦ୍ଧି ନିଷ୍ପତି କେତେଦୂର ଯୁକ୍ତିଯୁକ୍ତ ତାହା ଅଭିଭାବକ ମାନେ ମତପ୍ରକାଶ କରୁଛନ୍ତି ।

Leave a Reply

Your email address will not be published. Required fields are marked *