ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଲଘୁଚାପ ଜନିତ ବର୍ଷା ଯୋଗୁଁ ଖୋର୍ଦ୍ଧା ବ୍ଲକର ନରଣଗଡ଼, ଓବରସିଂହ ଓ ବ୍ରଜମୋହନପୁର ତିନିଗୋଟି ପଞ୍ଚାୟତର ୧୦ ଗୋଟି ଗ୍ରାମ ଏବେ ସୁଦ୍ଧା ଜଳମଗ୍ନ ହୋଇ ରହିଛି . ଗ୍ରାମ ଗୁଡିକରେ ରାଜୁଆ ନଦୀର ଜଳ ପ୍ରବେଶ କରି ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେବା ସହିତ ରାସ୍ତାଘାଟ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇ ଯାଇଛି । ପ୍ରଶାସନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଛି । ତେବେ ଏହି ଅଞ୍ଚଳରେ ଜଳ ନିଷ୍କାସନ ପଥ ଅବରୋଧ ହେବା କାରଣରୁ ଲଗାଣ ବର୍ଷାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି .
ଖୋର୍ଦ୍ଧା ବ୍ଲକ ର ତିନୋଟି ପଞ୍ଚାୟତ ଜଳମଗ୍ନ : ସ୍ଥିତି ସଙ୍ଗିନ !!

