ବାଙ୍କୀ (ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ରେ ଗଣମାଧ୍ୟମ କ୍ୟାମ୍ପ କୁ ପଶି ଆସିଛନ୍ତି ନକଲି ସାର୍ଟିଫିକେଟ ରାକେଟ ର ଦଲାଲ . ଏପରିକି ନିଜେ ଶ୍ରୀ ଅକ୍ଷର ବିବର୍ଜିତ ବରୁଣେଇ ପାହାଡ ହୋଇଥିବା ସ୍ଥଳେ , ନିଜକୁ ବାଙ୍କୀର ଏକମାତ୍ର ସାର୍ଟିଫାଏଡ ସାମ୍ବାଦିକ ବୋଲି କହି ପବନ କରୁଛନ୍ତି . ତେବେ ଖବର ନେବାରେ ଜଣାଯାଇଛି , ରାଜ୍ୟର ଏକ ପୁରାତନ ଛାପା ଖବରକାଗଜରେ କାମ କରୁଥିବା ଏହି ରବର ଷ୍ଟାମ୍ପ ପ୍ରତିନିଧି ନିଜେ ସର୍ବଶିକ୍ଷା ଡେଇଁ ନାହାନ୍ତି . କୋଉ ସମ୍ପାଦକଙ୍କୁ ଚିଙ୍ଗୁଡ଼ି ଦେଇ , ଆଉ କାହା ଧର୍ମପତ୍ନୀଙ୍କ ନୂଆପାଟଣା ପାଟ ଦେଇ ଖବରକାଗଜ ର ପରିଚୟପତ୍ର ହାତେଇ ନିଜକୁ ପିଏଚଡି ଡିଗ୍ରୀ କରିଥିବା ଲୋକମାନଙ୍କୁ କହି ବୁଲୁଛି । କଟକ ଜିଲ୍ଲା ବାଙ୍କୀ ରେ ସକ୍ରିୟ ହୋଇଛନ୍ତି ନକଲି ସାର୍ଟିଫିକେଟ ରାକେଟ . ସ୍କୁଲରେ ଭଲ ପାଠ ପଢି ଉତ୍ତୀର୍ଣ୍ଣ ହୋଇ ପାରୁନଥିବା ଯୁବକ / ଯୁବତୀ ମାନେ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଖକୁ ଆସି ଏହି ନକଲି ସାର୍ଟିଫିକେଟ୍ ନେବାକୁ ଲାଇନ୍ ଲଗାଉଥିବା ଦେଖିବାକୁ ମିଳୁଛି । ଦୈନିକ ଶତାଧିକ ଯୁବକ ଯୁବତୀ ବିଭିନ୍ନ ଅଞ୍ଚଳରୁ ଆସୁଥିବା ଦେଖିବାକୁ ମିଳୁଛି । ବୈଦ୍ୟେଶ୍ୱର ଅଞ୍ଚଳର ଏହି ଯୁବକ ଜଣକ କଟକରେ ତାହାର ନେଟୱାର୍କ ବିସ୍ତାର କରିଥିବା ଶୁଣିବାକୁ ମିଳୁଛି । ନିଜେ ହାଇସ୍କୁଲରୁ ଉର୍ତ୍ତୀର୍ଣ୍ଣ ହୋଇ ପାରିନଥିବା ବେଳେ ସେ ବାଙ୍କୀ କଲେଜରୁ ସ୍ନାତକ ପାଶ୍ କରିଥିବାର ଏକ ସାର୍ଟିଫିକେଟ୍ ଏକ ସଂସ୍ଥାକୁ ପ୍ରଦାନ କରି ସେହି ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡିଛି । ନାମୀଦାମୀ କମ୍ପାନୀର ମୋବାଇଲ ଫୋନ ସହିତ ଅତି ବିଳାସପୂର୍ଣ୍ଣ ଜୀବନଯାପନ କରୁଥିବା ଦେଖିବାକୁ ମିଳୁଛି । ନକଲି ସାର୍ଟିଫିକେଟ ଧନ୍ଦାରେ ମାସକୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛି ବୋଲି ଜଣାପଡିଛି । ଏହି କାରବାରରେ ବୈଦ୍ୟେଶ୍ୱର ଅଞ୍ଚଳର ଜଣେ ଖବରଦାତା ଥିବା ଜଣାପଡିଛି । ସେ ମଧ୍ୟ ସାମ୍ବାଦିକର ଆଢୁଆଳରେ ଏହି ନକଲି ସାର୍ଟିଫିକେଟ୍ ର୍ୟାକେଟ୍ ଚଳାଇଥିବା ଜଣାପଡିଛି । ସେ ନିଜେ ଜାଲ ସାର୍ଟିଫିକେଟ ରଖିଥିବା ବେଳେ ଅନେକ ଲୋକଙ୍କୁ ସାର୍ଟିଫିକେଟ୍ ଦେଇଥିବା ଜଣାପଡିଛି । ଏପରିକି ବିଗତ ଦିନରେ ବୈଦେଶ୍ଵର ଥାନାର ଜଣେ କର୍ମଚାରୀଙ୍କ ପୁଅକୁ ମଧ୍ୟ ମାଟ୍ରିକ ସାର୍ଟିଫିକେଟ ଦେବା ପାଇଁ ଡ଼ିଲ କରିଥିଲେ . ସମ୍ପୃକ୍ତ ବ୍ୟକ୍ତି ଏହି ନକଲି ସାର୍ଟିିକେଟ୍ ବଳରେ ସାମ୍ବାଦିକ ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ କରିଥିବା ବେଳେ କେତେକ ପୁରୁଷ ଏବଂ ମହିଳା ସରକାରୀ ଚାକିରୀ କରିଥିବା ବେଳେ ଅନ୍ୟ କେତେକ ବେସରକାରୀ ସଂସ୍ଥାରେ ଚାକିରୀ କରିଥିବା ଜଣାପଡିଛି । କେବଳ ଏତିକି ନୁହେଁ କଟକ ଆରଟିଓଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତ୍ୟେହ ଏହି କାରବାର କରୁଥିବା ଜଣାପଡିଛି । ରାଜ୍ୟ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହାର ସତ୍ୟାସତ୍ୟ ଅନୁସଂଧାନ କରାଯିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି ।
ବାଙ୍କୀ ର ଅଲ ଇଣ୍ଡିଆ ରିପୋର୍ଟର କାର୍ଡ ପାଇଥିବା ବ୍ୟକ୍ତି କିଏ ???

