ନରସିଂହପୁର ( ଆୱାଜ ମିଡ଼ିଆ ) – ଗୋପାଳ ଚନ୍ଦ୍ର ବେହେରା : ନରସିଂହପୁର ରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ । କରୋନା ମହାମାରୀ ସାରା ବିଶ୍ୱକୁ ହନ୍ତସନ୍ତ କରୁଥିବା ବେଳେ କରୋନାର ମୁକାବିଲା ପାଇଁ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରି କରୋନା ମହାମାରୀକୁ ଅନେକାଂଶରେ ପ୍ରତିହତ କରିଥିବା ସତ୍ତ୍ୱେ ଜନସାଧାରଣ କରୋନା ପ୍ରଭାବରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇପାରି ନାହାନ୍ତି । ସରକାର ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲରେ ପାଠ ପଢିବା ପାଇଁ ଅନୁମତି ଦେଇଥିବାରୁ ବିଭିନ୍ନ ସ୍କୁଲରେ ଛାତ୍ର ଛାତ୍ରୀ ମାନଙ୍କ ସହିତ ସ୍କୁଲ କର୍ମଚାରୀ କରୋନା ଆକ୍ରାନ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାସେଳିହତା ରେ ଥିବା ଗ୍ରାମପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ମାସ୍କ ବଣ୍ଟନ କରାଯାଇଛି । ଏହି ମାସ୍କ ବଣ୍ଟନ କାର୍ଯ୍ୟକ୍ରମରେ ବାସେଳିହତା ପଞ୍ଚାୟତ ର ସରପଞ୍ଚ ସୂର୍ଯ୍ୟସ୍ନାତା ମହାଳିକ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ କରୋନା ବିଷୟରେ ସଚେତନ କରିବା ସହିତ ମାସ୍କ ବଣ୍ଟନ କରିଥିଲେ । ସମାଜସେବୀ କଳିଙ୍ଗ କେଶରୀ ମହାଳିକ, କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ସମ୍ପାଦକ ରଶ୍ମି ରଞ୍ଜନ ମହାଳିକ, ବାସେଳିହତା ଗ୍ରାମ ପଞ୍ଚାୟତ ବିଜୁ ଛାତ୍ର ଜନତା ଦଳ ସଭାପତି ପପୁ ଦାସ ଓ ସମ୍ପାଦକ ମାନସ ସାହୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ବେଳେ ତପନ ସେଠୀ, ପ୍ରକାଶ ସେଠୀ ଓ ସମୀର ବେହେରାଙ୍କ ସମେତ ପଞ୍ଚାୟତର ସମସ୍ତ ବିଜୁ ଛାତ୍ର ଜନତା ଦଳର ସମସ୍ତ କର୍ମୀ ଉପସ୍ଥିତ ରହି ମାସ୍କ ବଣ୍ଟନ କରିଥିଲେ ।