କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ ମଲ୍ଲ : ପାଖଡ଼ ପଞ୍ଚାୟତରେ ବଳରାମ ଯୋଜନା ରେ କୃଷି ଋଣ ସହାୟତା ରାଶି ବଣ୍ଟନ ମେଳା ଆୟୋଜିତ । ରାଜ୍ୟ ସରକାରଙ୍କ ମହତ ଯୋଜନା ଭିତରୁ ଅନ୍ୟତମ ବଳରାମ ଯୋଜନାରେ ଏକ ବର୍ଷ ଋଣ ଛାଡ଼ ପ୍ରଥାରେ କୃଷି ସହାୟତା ରାଶି ପ୍ରଦାନ ଯୋଗୁଁ ରାଜ୍ୟ ବାସୀ ଅଧିକ ଉପକୃତ ହେଉଛନ୍ତି । ଗରଦପୁର ବ୍ଲକର ପାଖଡ଼ ପଂଚାୟତ ରେ ଆଜି ବଳରାମ ଯୋଜନା ରେ କୃଷି ଋଣ ରାଶି ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ଓ ସଞ୍ଜୟ ଅଗ୍ରୱାଲ ଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବା ସହ କିପରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଲୋକାଭିମୁଖୀ ଯୋଜନା ର ସଫଳ ରୂପାୟନ ହୋଇପାରିବ ଏନେଇ ଗରଦପୁର ର ବିଡ଼ିଓ, ତହସିଲଦାର ଙ୍କ ସମେତ ପାଟକୁରାର ସମସ୍ତ ବିଜେଡି କର୍ମୀ ସର୍ବଦା ଚେଷ୍ଟିତ ହେବେ ବୋଲି ଅଞ୍ଚଳ ବାସୀ ଆଶା ପ୍ରକଟ କରିଛନ୍ତି । ସଞ୍ଜୟ ଅଗ୍ରୱାଲ ଏହି ଯୋଜନାର ମୁଖ୍ୟ ଉଦେଶ୍ୟ ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ । ବଳରାମ ଯୋଜନା ରେ ଏଯାବତ ଓଡିଶା ରେ ଅନ୍ୟ ସବୁ ଜିଲ୍ଲା ରେ ପାଞ୍ଚ କୋଟି ଟଙ୍କା ଅନୁମୋଦିତ ହୋଇଥିବା ବେଳେ କେବଳ କେନ୍ଦ୍ରାପଡ଼ା ରେ ତିରିଶ କୋଟି ଟଙ୍କା ଅନୁମୋଦିତ ହୋଇଛି ବୋଲି ବିଧାୟିକା ସୂଚନା ଦେଇଥିଲେ । ଏଯାବତ କେନ୍ଦ୍ରାପଡ଼ା ର ଗରିବ ଚାଷୀ ଭାଇ ମାନେ ଦଶ କୋଟି ଟଙ୍କା ର ଋଣ ରାଶି ସରକାର ଙ୍କ ଠୁ ଗ୍ରହଣ କରିସାରିଛନ୍ତି ବୋଲି ସୂଚନା ଦେଇଛନ୍ତି ।
ବଳରାମ ଯୋଜନା ରେ କୃଷି ଋଣ ସହାୟତା ରାଶି ବଣ୍ଟନ !!!

