ବାଣପୁର ପାର୍କ ବଜାର ଗଜଲକ୍ଷ୍ମୀ ପୂଜା ପ୍ରସ୍ତୁତି ବୈଠକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଲକ୍ଷ୍ମୀପୂଜା ପାଇଁ ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ବାଣପୁର ପାର୍କ ବଜାର । ଆସନ୍ତା ମାସ 19 ତାରିଖରୁ ଲକ୍ଷ୍ମୀପୂଜା ଆରମ୍ଭ ହେବାକୁ ଥିବାରୁ ଏହାର ପ୍ରସ୍ତୁତି ସମ୍ବନ୍ଧୀୟ ଏକ ବୈଠକ ମିଳିତ ପାର୍କ ବଜାର କମିଟି ଆନୁକୂଲ୍ୟରେ ମାଆ ଟିକିରାଇଁ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ପାର୍କ ବଜାର ଗଜଲକ୍ଷ୍ମୀ ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ମା‘ ଙ୍କର ପୂଜା ଆସନ୍ତା ଅକ୍ଟୋବର ମାସ 19ରୁ ଆରମ୍ଭ ହୋଇ 25ତାରିଖ ପର୍ଯ୍ୟନ୍ତ ଦୀର୍ଘ 7 ଦିନ ଧରି କିଭଳି ଭାବେ ହେବ ତାହା ଉପରେ ଆଲୋଚନା କରାଯାଇଛି । ଏହିବର୍ଷ କୋରନା କଟକଣାକୁ ଦୃଷ୍ଟିରେ ରଖି ଭଷାଣି ଉତ୍ସବ ହେବ ବୋଲି ମଧ୍ୟ କମିଟିରେ ସ୍ଥିର କରାଯାଇଥିଲା । କୋଭିଡ଼ ନିୟମ ମଧ୍ୟରେ ନିରାଡ଼ମ୍ବର ଭାବେ କିଭଳି ଭାବେ ଶ୍ରଦ୍ଧାଳୁ ମାନେ ମା ଙ୍କୁ ଦର୍ଶନ କରିପାରିବେ ତାହା ମଧ୍ୟ ଆଲୋଚନା ହୋଇଛି .

Leave a Reply

Your email address will not be published. Required fields are marked *