ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : କଳ୍ପନା ଛକଟୋକା ସଙ୍ଘ ପକ୍ଷରୁ ସାମ୍ବାଦିକ ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକଠାରେ ମହମବତୀ ଜଳାଇ ଶୋଭାଯାତ୍ରା କରିବା ସହ ତାଙ୍କର ଅମ୍ଳାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଦୁଃସାହସିକ ସାମ୍ବାଦିକ ଅରିନ୍ଦମ ଦାସ ଜଣେ ଏଭଳି ସାମ୍ବାଦିକ ଥିଲେ ଯାହାଙ୍କ ନିର୍ଭୀକ ସାମ୍ବାଦିକତାର ତୁଳନା ନାହିଁ । ବନ୍ୟା ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକ ରେ ସମ୍ବାଦ ପରିବେଷଣ କରି ଓଡ଼ିଶାରେ ସାମ୍ବାଦିକତାର ଛାପ ଛାଡି ଯାଇଛନ୍ତି | ଯାହା ଓଡ଼ିଶାର ସାମ୍ବାଦିକ ମାନଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତ ସଦସ୍ୟ ମାନେ ମିଶି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହା ସହ ହାତୀ ଉଦ୍ଧାର କାର୍ଯ୍ୟରେ ପ୍ରାଣବଳୀ ଦେଇଥିବା ସୀତାରାମ ମୁର୍ମୁଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ସଙ୍ଘ ପକ୍ଷରୁ । ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ରେ ସଙ୍ଘ ପ୍ରତଷ୍ଠାତା ବାପୁ ଓଝାଙ୍କ ନେତୃତ୍ୱରେ ଯୁବ ସାମ୍ବାଦିକ କିଶନ ବରାଇ , ସାମ୍ବାଦିକ ସୌମ୍ୟରଂଜନ ନାୟକ , ସାମ୍ବାଦିକ ଦୁଷ୍ମନ୍ତ ବେହେରା , ସମାଜସେବୀ ଧୀରେନ ରାଉତରାୟ , ରକ୍ତଦାତା ତନ୍ମୟ ସାମନ୍ତରାୟ , ସମାଜସେବକ ରୋହିତ ନାୟକ , ସମାଜସେବୀ ଦୀପକ ବାରିକ , ସମାଜସେବୀ ଇଂ ସୌମ୍ୟରଂଜନ ରାଉତରାୟ , ସାମ୍ବାଦିକ ଚିତ୍ତରଂଜନ ଦାଶ , ସମାଜସେବୀ ରଶ୍ମି ରଞ୍ଜନ ମାର୍ଥା , ଅଧ୍ୟାପକ ଡ଼ଃ ଅସିତ ଦାସ , ସମାଜସେବୀ ସ୍ନିଗ୍ଧା ମହାନ୍ତି , ସମାଜସେବୀ ବର୍ଷା ଦାସ , ସମାଜସେବୀ ରୂପଶ୍ରୀ ସାହୁ , ଯାତ୍ରା ଅଭିନେତା ସଞ୍ଜୟ ମାଝୀ , ଯୁବ ବଂଶୀ ବାଦକ ପ୍ରମୋଦ ପତି , ସମାଜସେବୀ ସଂଗ୍ରାମ ବଳିଆରସିଂହ , ରଞ୍ଜନ କୁମାର ସାହୁ , ବାବୁଲା ପରିଡା , ଅଭିନେତା ଚିତ୍ତରଂଜନ ଦାଶ , ରାଜୁ ସିଙ୍ଗର , ସମାଜସେବୀ ଗିରିଷ ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ସଙ୍ଘ ସମ୍ପାଦକ ଶିବ ଶଙ୍କର ଡାକୁଆ ।

