ସମିତି ସଭ୍ୟ ଗୁଳିକାଣ୍ଡ ଘଟଣାରେ ଚାରି ଗିରଫ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : କାମାକ୍ଷାନଗର ବ୍ଳକ ତୁମୁସିଙ୍ଗା ଥାନା ପଣ୍ଡୁଆ ଫାଣ୍ଡି ଅନ୍ତର୍ଗତ ଜାମୁଝରା ଛକ ଠାରେ ବାରୁଆଁ ସମିତି ସଭ୍ୟ ଦୀପକ କୁମାର ମହୁନ୍ତଙ୍କ ଗୁଳିକାଣ୍ଡରେ ମୃତ୍ୟୁ ହୋଇଥିଲା । ସୂଚନା ମୁତାବକ ଶ୍ରୀ ମହୁନ୍ତ ସ୍ଥାନୀୟ ଅଞ୍ଚଳରେ ପଥର ଖଣି ଓ ବାଲି ପରି ଲଘୁ ଖଣିଜ ପଦାର୍ଥ ବ୍ୟବସାୟ ସହିତ ସଂଶ୍ଳିଷ୍ଟ ଥିଲେ । ଅଭିଯୁକ୍ତଙ୍କ ସହ ବ୍ୟବସାୟ ଜନିତ ବିବାଦ ଥିବା ବେଳେ ୩୫,୦୦,୦୦୦ ଟଙ୍କା ନେଣଦେଣ ପାଇଁ ତିକ୍ତତା ରହିଥିଲା । ଘଟଣା ଦିନ ଅଭିଯୁକ୍ତ ମାନେ ଶ୍ରୀ ମହୁନ୍ତଙ୍କୁ ଫୋନ କରି ଟଙ୍କା ଦେବାକୁ ଡାକିଥିବା ସହ କେ. ଫର୍ମ ନେବାକୁ କହିଥିଲେ । ଘଟଣାସ୍ଥଳ ଜାମୁଝରା ଛକରେ ଯେତେବେଳେ ଶ୍ରୀ ମହୁନ୍ତ ପହଁଞ୍ଚିଥିଲେ ଅଭିଯୁକ୍ତ ୪ ମଧ୍ୟରୁ ଦୁଇ ଜଣ ଦେଶୀ ବନ୍ଧୁକରେ ତାଙ୍କୁ ଗୁଳି କରିଥିଲେ । ଅଭିଯୁକ୍ତ ମାନଙ୍କୁ ଗତକାଲି ଗିରଫ କରାଯାଇଥିବା ବେଳେ କୋର୍ଟ ଫରୱାର୍ଡ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ଦୁଇ ଦେଶୀ ବନ୍ଧୁକ ଓ କାର କୁ ପୋଲିସ ଜବତ କରିଛି । ଏ ସମ୍ପର୍କରେ ତୁର୍ମୁସିଙ୍ଗା ଥାନାରେ ମାମଲା ରୁଜୁ ହୋଇଥିଲା ବେଳେ ତଦନ୍ତ ପ୍ରକ୍ରିୟା ଜାରି ରହିଥିବାର ପୋଲିସ ପକ୍ଷରୁ ସୂଚନା ମିଳିଛି .

Leave a Reply

Your email address will not be published. Required fields are marked *